ଓଡ଼ିଶା ସମାଚାର

ନବୀନ ପଟ୍ଟନାୟକଙ୍କୁ “ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ

 Current News

ନବୀନ ପଟ୍ଟନାୟକଙ୍କୁ “ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ

ନବୀନ ପଟ୍ଟନାୟକଙ୍କୁ “ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ
January 22
08:02 2018

ଭୁବନେଶ୍ୱର, ୨୨/୦୧/୨୦୧୮ (ଓଡ଼ିଶା ସମାଚାର)-ରାଜନୀତି ହେଉଛି ଲୋକଙ୍କ ଜୀବନରେ ପରିବର୍ତନ ଆଣିବାରେ ସବୁଠାରୁ ବଳିଷ୍ଠ ମାଧ୍ୟମ । ନିଜର ମନୋବୃତି ଓ ଉଦ୍ୟମରେ ଯଦି ଜନସାଧାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରନ୍ତି ଏଥିରେ କୌଣସି ଜଟିଳତା ନାହିଁ । ଉତମ ପ୍ରଶାସନ ଓ ନିଃସ୍ୱାର୍ଥପର ଜନସେବା ହେଉଛି ଗଣତନ୍ତ୍ରର ଦୃଢ଼ ସ୍ତମ୍ଭ । ଆମର ପ୍ରଶାସନ ଓ ଜନସେବା ଏବଂ ଏହା ଜରିଆରେ ଗଣତନ୍ତ୍ରକୁ କିପରି ସୁଦୃଢ଼ କରିପାରିବା ଆଜିର ଯୁବ ସମାଜ ପାଖରେ ହେଉଛି ସବୁଠାରୁ ବଡ଼ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ମହାରାଷ୍ଟ୍ରର ପୁନେସ୍ଥିତ ଏମ.ଆଇ.ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଇଥିବା ଅଭିଭାଷଣରେ ସେ କହିଛନ୍ତି ଯେ, ତୁମେ ଯଦି ଲୋକଙ୍କୁ ପ୍ରାଥମିକତା ଦେବା ତାହା ହେଉଛି ଭଲ ରାଜନୀତି । ଯେ ପର୍ଯ୍ୟନ୍ତ ଲୋକଙ୍କୁ ଭଲ ନ ପାଇବ ସେମାନଙ୍କର ନେତୃତ୍ୱ ନେଇ ପାରିବ ନାହିଁ ବୋଲି ବିଶ୍ୱର ଜଣେ ମହାନ ଦୂରଦ୍ରଷ୍ଟା ମାର୍ଟିନ ଲୁଥର କହିଛନ୍ତି । ଏହା ହେଉଛି ମୋ ରାଜନୈତିକ ଦର୍ଶନର ପଥ ପ୍ରଦର୍ଶକ । ଲୋକଙ୍କୁ ଭଲ ପାଇଲେ ରହିଥିବା ପଦବୀକୁ କେବଳ ପଦବୀ ବୋଲି ଭାବିବ ନାହିଁ ବରଂ ଏହାକୁ ସେବାର ଏକ ମାଧ୍ୟମ ବୋଲି ଗ୍ରହଣ କରିବ । କ୍ଷମତାକୁ କ୍ଷମତା ବୋଲି ଭାବ ନାହିଁ । ଲୋକଙ୍କ ଜୀବନର ପରିବର୍ତନ ଆଣିବାର ମାଧ୍ୟମ ବୋଲି ଭାବି କାମ କରି ଚାଲ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଧିକରୁ ଅଧିକ ଭଲ ଲୋକ ରାଜନୀତିରେ ଯୋଗ ଦେବା ଉଚିତ । ନିଜେ ଚାହୁଁଥିବା ପରିବର୍ତନର ଅଂଶ ହେବା ଉଚିତ । ଯଦି ତୁମେ ଲୋକଙ୍କୁ ସବୁଠାରୁ ଆଗରେ ରଖିବ ତେବେ ଏହା ଏକ ରାଜନୈତିକ ଯାତ୍ରା ହେବ ନାହିଁ ତାହା ହେବ ଏକ ଆଧ୍ୟାତ୍ମିକ ଅନୁଭୂତି ବୋଲି ସେ କହିଛନ୍ତି । କ୍ଷମତା, ସମ୍ପତି, ପଦବୀ ସବୁର ମୂଲ୍ୟହୀନ ହୋଇପଡ଼ିବ । ଏହି ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ପାଟିଲ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ମାନପତ୍ର, ସାଲ, ପଗଡ଼ି, ସନ୍ଥ ଜ୍ଞାନେଶ୍ୱରଙ୍କର ଫଟୋଚିତ୍ର ପ୍ରଦାନ କରାଯାଇଥିଲା । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ସମ୍ମାନକୁ ଓଡ଼ିଶାବାସୀଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏହିଭଳି ଜାତୀୟସ୍ତରୀୟ ପୁରସ୍କାର ସ୍ୱରୂପ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନୀତ ହୋଇଥିଲେ । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × two =