ଏସିଡ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ

ସେମିଲିଗୁଡା,୨୮/୧୨/୨୦୨୩ (ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲା ପଟାଙ୍ଗି ଅନ୍ତର୍ଗତ ରାଜୁଗୁଡା ଘାଟିନିକଟରେ ଏସିଡ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ପଟାଙ୍ଗି ୨୬ ନମ୍ବର ଜାତୀୟ ରାଜପଥରେ ଏସିଡ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି । ଦୁର୍ଘଟଣା ପରେ ଟ୍ୟାଙ୍କର ଗାଡ଼ିରୁ ଏସିଡ ଲିକ ହୋଇଥିବା ଜଣାପଡ଼ିଛି। ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ସୂଚନାଯୋଗ୍ୟ ଯେ, ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁକେ ଯାଉଥିଲା ବେଳେ ହଠାତ ଘାଟିରେ ଏସିଡ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଜାତୀୟ ରାଜପଥର ଘାଟି ରାସ୍ତାରେ ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପଟାଙ୍ଗି ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ୟ ରାସ୍ତାରେ ଗାଡି ଚଳାଚଳ କରିଛନ୍ତି।

Leave a Reply

Your email address will not be published. Required fields are marked *