ରାଉରକେଲାରୁ କୋଲକାତା ବିମାନ ସେବା

ଭୁବନେଶ୍ବର, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରଥମଥର ପାଇଁ ରାଉରକେଲାରୁ କୋଲକାତା ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଭିଜିଏଫ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ ଭିଜିଏଫ ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍ରେ ରାଉରକେଲାରୁ କୋଲକାତା ଯାତ୍ରା କରିପାରିବେ। ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର ଓ ଶନିବାର- ବିମାନ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ୟ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *