ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର ; ନିଆଁ ଲାଗି ୨ ଟି ପରିବାର ଖୋଲା ଆକାଶ ତଳେ, ୩ ଟି ଗୋରୁ ଜୀବନ୍ତ ଦଗ୍ଧ

 Breaking News
  • ନେତାଙ୍କୁ ମହଙ୍ଗା ପଡ଼ିଲା ଦଳବଦଳ ଭୁବନେଶ୍ୱର,୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ନିର୍ବାଚନ ପୂର୍ବରୁ ଦଳବଦଳ କରିଥିବା ବହୁ ନେତାଙ୍କ ପାଇଁ ଜନତାଙ୍କ ରାୟ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ଦଳର ଆଗଧାଡ଼ି ନେତାଭାବେ ବିବେଚିତ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଖାରବେଳ ସ୍ୱାଇଁ,...
  • ସଫଳ ହେଲା ନବୀନଙ୍କ ମହିଳା କାର୍ଡ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଲଗାତାର ପଂଚମ ଥର ବିଜୟ ବାନା ଉଡ଼ାଇଛନ୍ତି ନବୀନ ପଟ୍ଟନାୟକ । ଦେଶବ୍ୟାପୀ ମୋଦୀ ସୁନାମୀରେ ବିରୋଧୀ ଦଳଗୁଡ଼ିକ ଧରାଶାୟୀ ହୋଇପଡ଼ିଥିଲା ବେଳେ ନବୀନ କିନ୍ତୁ ମୋଦୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି । ପ୍ରାୟ ୧୧୦...
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
February 13
11:17 2019

ଭଦ୍ରକ,୧୩/୦୨/୨୦୧୯ (ଓଡ଼ିଶା ସମାଚାର)- ନିଆଁ ଲାଗି ୨ ଟି ପରିବାର ଖୋଲା ଆକାଶ ତଳେ, ୩ ଟି ଗୋରୁ ଜୀବନ୍ତ ଦଗ୍ଧ   ହୋଇଛନ୍ତି । ଏଭଳି ଘଟଣା ଘଟିଛି ସାହାଡ଼ା ପଂଚାୟତ ଅନ୍ତର୍ଗତ ଧର୍ମଶରଣ ବିନ୍ଧା ଗାଁ ରେ । Odia-Taza-Khabar-1-1ମିଳିଥିବା ତାଜା ସୂଚନା ଅନୁସାରେ ଭୋର ପ୍ରାୟ ସାଢ଼େ ୪ ଟା ବେଳେ ପ୍ରଥମେ କୈକୁଂଠ ସାହୁଙ୍କ ଗୁହାଳ ଘରୁ ନିଆଁ ଲାଗିଥିଲା । ପରେ ପରେ ପୁରୁଷୋତମ ସେଠୀଙ୍କ ଘରେ ନିଆଁ ଲାଗିଥିଲା ବୋଲି କୁହାଯାଉଛି । ଉଭୟଙ୍କ ଘର ମଧ୍ୟରେ ଦୂରତା ଅଧିକ ଥିବାରୁ ଏକ କାଳିନ କିପରି ଦୁଇ ଜଣଙ୍କ ଘରେ ନିଆଁ ଲାଗିଲା, ସେଥିରୁ କିଏ ନିଆଁ ଲଗାଇଦେଇଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଉଭୟଙ୍କ  ପରିବାରର ସମସ୍ତ ଆସବାବପତ୍ର ସମେତ ସମସ୍ତ ଜିନିଷ ପୋଡ଼ି ଯାଇଥିବାରୁ ସେମାନେ ଖୋଲା ଆକାଶ ତଳେ । ତେଣୁ ତୁରନ୍ତ ସେମାନଙ୍କ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment