ଓଡ଼ିଶା ସମାଚାର

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କଟକ – ପାରାଦୀପ ରାସ୍ତାକୁ ଅର୍ଥନୈତିକ ଅବରୋଧ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
February 11
20:08 2019

Naba Nirman Krusak Sangathan

ତାରପୁର,୧୧/୨/୨୦୧୯ ( ଓଡ଼ିଶା ସମାଚାର)- ଉପôାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ଚାଷୀଙ୍କୁ ପେନସନ୍ ଦାବିରେ ଆଜି ରଘୁନାଥପୁର ବ୍ଲକ୍ ନୂଆପଡ଼ାସ୍ଥିତ ଓମଫେଡ଼ ପ୍ଲାଂଟ ସମ୍ମୁଖ କଟକ- ପାରାଦୀପ ରାସ୍ତାକୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ  ଅର୍ଥନୈତିକ ଅବରୋଧ କରାଯାଇଛି ।  ଗଣତାନ୍ତ୍ରୀକ ଉପାୟରେ  ଚାଷୀମାନେ ନିଜର ନ୍ୟାଯ୍ୟ ଦାବି ନେଇ ଭୁବନେଶ୍ୱର ସମାବେଶରେ ଯୋଗଦେବାକୁ ଯାଉଥିବାବେଳେ ପୋଲିସ୍ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟଳାଇ ଦେଇଥିଲା ।  ଫଳ ସ୍ୱରୂପ ଏହାକୁ ବିରୋଧ କରି  ସଂଗଠନର କର୍ମକର୍ତା  ଦେବୀ ପ୍ରସାଦ ମହାରଣା ଓ  ସ୍ନେହାଂଶୁ ଜେନାଙ୍କ ନେତୃତ୍ୱରେ  ଚାଷୀମାନେ ନୂଆପଡ଼ା ଓମଫେଡ଼ ପ୍ଲାଂଟ ସମ୍ମୁଖରେ ପହଂଚି  ଆନ୍ଦୋଳନ କରିବା ସହିତ  ଏକ ପ୍ରତିବାଦ ସଭାରେ  ବ୍ଲକ୍ ସଂଯୋଜକ ଅଟଳ ବିହାରୀ ରାଉତ,  ଓମଫେଡ଼ ଚାଷୀଙ୍କୁ ଦୁଗ୍ଧର ଉପଯୁକ୍ତ ମୂଲ୍ୟ ପ୍ରଦାନ କରାନଯିବାରୁ  ଚାଷୀମାନେ ବହୁ କ୍ଷତି ସହୁଛନ୍ତି ବୋଲି  ପ୍ରକାଶ କରିଥିଲେ । ୧ ଲକ୍ଷ ୭୦ ହଜାର ଲିଟର କ୍ଷିର ପ୍ରତ୍ୟେକ ଦିନ ସଂଗ୍ରହ ହୋଇ ବାହାରକୁ ପଠାଯାଉଛି ।  ଅଥଚ ଚାଷୀମାନଙ୍କୁ ଉଚିତ ମୂଲ୍ୟ ଦିଆନଯାଇ ସରକାରୀ ବାବୁ ମାନେ ଅୟସରେ ପରିବାର ପ୍ରତି ପୋଷଣ କରୁଛନ୍ତି । ଚାଷୀମାନେ ଦାରିଦ୍ରର ତାଡ଼ନÿାର ଶିକାର ହେଉଥିବାବେଳେ ସରକାରୀ ବାବୁ ମାନେ ଚାଷୀଙ୍କ ପେଟରେ ନାତ ମାରି ଅୟସପୂର୍ଣ୍ଣ ଜୀବନ ବିତାଉଛନ୍ତି ବୋଲି ସଂଗଠନର କର୍ମକର୍ତା ଶ୍ରୀ ଯୁକ୍ତ ମହାରଣା ପ୍ରକାଶ କରିଥିଲେ ।  ଉତ୍ୟକ୍ତ ଚାଷୀମାନେ  ପ୍ଲାଂଟ ସମ୍ମୁଖ କଟକ – ପାରାଦୀପ ରାସ୍ତା ଅବରୋଧ କରିଥିବାବେଳେ  କେବଳ ଯାତ୍ରୀବାହି ଗାଡ଼ି ଗୁଡ଼ିକୁ ଯାତାୟତ ପାଇଁ ସହଯୋଗ କରିଥିଲେ ।  କ୍ରମଶଃ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଆନ୍ଦୋଳନ ଯୋରଦାର ହେବାରୁ ତିର୍ତୋଲ ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲେ ।  ତେବେ ଚାଷୀଙ୍କ ଆଗରେ ପୋଲିସ୍ ହାତ ଟେକିଦେଇ କେବଳ ଛିଡ଼ା ହୋଇଥିବା ଲକ୍ଷ କରାଯାଇଥିଲା ।  ସରକାର ଏଥିରେ ଯଦି ନଚେତନ୍ତି ତେବେ ଆଗାମୀ ଦିନରେ ଚାଷୀମାନଙ୍କ ପକ୍ଷରୁ  ସଡ଼କ ପଥ ଓ ରେଳ ପଥରେ ଯାଉଥିବା ମାଲବାହୀ ଟ୍ରେନ୍ ଓ ଟ୍ରକ୍ ଗୁଡ଼ିକୁ ଅଟଳାଇ ଦିଆଯିବ ବୋଲି ସେମାନେ ଚେତାଇ ଦେଇଥିଲେ ।  ଦୀର୍ଘ ୩ ଘଂଟା କାଳ  ରାସ୍ତା ଅବରୋଧ କରିବା ପରେ ଚାଷୀମାନେ ସେମାନଙ୍କୁ ଛାଡ଼ିଦେଇଥିଲେ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ  ପ୍ଲାଂଟ ସମ୍ମୁଖରେ ବସିରହି ପ୍ରତିବାଦ ଜଣାଇଥିଲେ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment