ଓଡ଼ିଶା ସମାଚାର

Odisha Tourism News : ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟା :

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
Odisha Tourism News  : ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟା :
February 11
08:01 2019

 ଭାରତର ଶାସ୍ତ୍ରୀୟ ନୃତ୍ୟରେ ଶାନ୍ତି, ପ୍ରେମର ବାଣୀ, ସମରକଳାର ପରାକାଷ୍ଠା ସହିତ ଇତିହାସର ଗୌରବ ପରିବେଷିତ
ଭୁବନେଶ୍ୱର,୧୧/୦୨/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୫ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ  । Dhaulli 1
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭାରତର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କାର୍ଯ୍ୟକ୍ରମରୁ  । ବାଙ୍ଗାଲୋରରୁ ଆସିଥିବା ମଧୁଲିତା ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଶିଭମ ଧିମାହୀ ପରେ ପରେ ହରି ସ୍ମରଣମ ମାଡ଼ୋ ପରିବେଶିତ ହୋଇଥିଲା  । ଦୁଇଟିଯାକ ନୃତ୍ୟର ସଂରଚନା କରିଥିଲେ ନିଜେ ମଧୁଲିତା   ମହାପାତ୍ର  । ପରବର୍ତୀ ପ୍ରସ୍ତୁତିରେ ଥିଲା ନୂଆଦିଲ୍ଲୀରୁ ଆସିଥିବା ରାଣି ଖନ୍ନମ ଓ ସାଥୀଙ୍କ ଦ୍ୱାରା ପ୍ରଥମେ ନାଚତ ସୁଧାଙ୍ଗ ଶ୍ରୀ ନନ୍ଦ ନନ୍ଦନ ପରେ ପରେ ଯୁମୁନାଷ୍ଟକମ ପରିବେଶିତ ହୋଇଥିଲା ଯେଉଁଥିରେ କଥକ ନୃତ୍ୟର ସୌନ୍ଦର୍ଯ୍ୟ ବିଭାବ ଏବଂ ତାତ୍ୱିକ ବିଶ୍ଳେଷଣକୁ କଳାକାରମାନେ ଅତି ଚମକ୍ରାର ଭାବେ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ  । ଅନ୍ତିମ ସଂଧ୍ୟାର ପରବର୍ତୀ ପ୍ରସ୍ତୁତିଟି ଥିଲା କେରଳରୁ ଆସିଥିବା ଶ୍ରୀଜିତ ଟି.ଆର ଓ ସାଥୀଙ୍କ ଦ୍ୱାରା ସମକାଳ ନୃତ୍ୟ କଲାରି ପାଇଟୁ  ।Dhaulli 2 ନିରବତାର ଭଙ୍ଗୁରତା ବିପଦର ଅସ୍ଥିରତା ଏବଂ ଗତିଚଳନର ସାଂଗାତିକତାର ଏକ ଅପୂର୍ବ ସମନ୍ୱୟ ଏହି ନୃତ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା  । ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଭୁବନେଶ୍ୱରର ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ବାଙ୍ଗାଲୋରର କର୍ଣ୍ଣକୁପିୟା କ୍ରିଏସନ ଓ କଟକର ମୋକ୍ଷ ଅନୁଷ୍ଠାନର ମହମଦ ସୈଫୁଲ ହକଙ୍କ ମିଳିତ ସହଯୋଗରେ ଏକ ଅଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ ମେକ ଇନ ଓଡ଼ିଶା  । ଓଡ଼ିଶାର ଐତିହାସିକ ଗୌରବ ଓ ଉଚ୍ଚକୋଟିର କଳାକୁ ସେମାନେ ତାଙ୍କ ନୃତ୍ୟ ମାଧ୍ୟମରେ ପ୍ରତିପାଦିତ କରିଥିଲେ  । ଓଡ଼ିଶୀ ସହିତ ସମକାଳୀନ ଓ ଆଧୁନିକ ନୃତ୍ୟରେ ପ୍ରସ୍ତୁତ ଏହି ଫୁ୍ୟଜନ ବେଶ ଚମକ୍ରାର ଓ ଚିତାକର୍ଷକ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ  । Dhaulli 3
ସଂଧ୍ୟାର ଅତିଥିମାନେ ଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର, ଭାରତୀୟ ବିଦ୍ୟା ଭବନର ଡ଼. ଏସ. କେ ଟାମୋଟିଆ; ଏନ.ଟି.ପିସିର ଜେନେରାଲ ମେନେଜର ସେବାତନ ଜୋସେଫ; ନୃତ୍ୟ ସମିକ୍ଷକ ଡ଼. ସୁନିଲ କୋଠାରୀ; ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ; ପର୍ଯ‎୍ୟଟନ ବିଭାଗର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ; ସୃଜନର ନିର୍ଦ୍ଧେଶକ ଗୁରୁ ରତିକାନ୍ତ ମହାପାତ୍ର, ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟି; ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି  । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣି ମିଶ୍ର ଓ ଡ଼. ଶ୍ରୀନିବାସ ଘଟୁଆରୀ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment