ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହେଲା ନିମାପଡ଼ା ମହୋତ୍ସବ

ନିମାପଡ଼ା, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମନୋରମ ଶୀତୁଆ ସନ୍ଧ୍ୟାର ବର୍ଣlଢ ପରିବେଶ ମଧ୍ୟରେ ନିମାପଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ହେଲ୍ପଲାଇନ” ନିମାପଡ଼ା ମହୋତ୍ସବ କମିଟି ଦ୍ୱାରା ଆୟୋଜିତ  ୨୩ ତମ ନିମାପଡ଼ା ମହୋତ୍ସବ – ୨0୨୩ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସହୀଦ ଭବନ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ୍ୟବର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି,ଅବକାରୀ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର କରକମଳରେ ଏହା ଉଦଘାଟିତ ହୋଇଯାଇଛି । ଅନ୍ୟତମ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୃହ, ସୂଚନା ଓ ପ୍ରଯୁକ୍ତି,କ୍ରୀଡା ଓ ଯୁବବ୍ୟାପାର ତୁଷାର କାନ୍ତି ବେହେରା ଯୋଗଦେଇ ନିମାପଡ଼ା ହେଉଛି ବୀରମାଟି ଏଠାରେ କଳା ଏବଂ ସଂସ୍କୃତି ରୁଦ୍ଧିମନ୍ତ  ହୋଇପାରିଛି, ନିମାପଡ଼ା ମହୋତ୍ସବକୁ ସରକାରୀ କ୍ୟାଲେଣ୍ଡରରେ ସ୍ଥାନିତ କରିବାକୁ ମୁଖ୍ୟଅତିଥିଙ୍କୁ ଅନୁରୋଧ କରିଥିଲେ । ମନରୁ ଜହ୍ନ ଯାଏ ସ୍ବପ୍ନ ଦେଖିବା । ଏକ ଏବଂ ଅଭିନ୍ନ ଭାବେ ମିଳିମିଶି କାମକରିବା । ମହୋତ୍ସବକୁ ସରକାରୀ କ୍ୟାଲେଣ୍ଡରରେ ସ୍ଥାନିତ କରିବା ପାଇଁ ପଦକ୍ଷେପ ନେବି ବୋଲି କହିଥିଲେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର । “ନିମାପଡ଼ା ମହୋତ୍ସବ ଏକ ସାଂସ୍କୃତିକ ଅନ୍ବେସଣ, ଆଜି ଏହା ନିମାପଡ଼ାର ଗଣପର୍ବ ଭାବେ ପାଳିତ ହୋଇଛି ବୋଲି ଅଭିମତ ରଖିଥିଲେ ମହୋତ୍ସବ କମିଟି ସଭାପତି ତଥା ବିଧାୟକ ସମୀର ରଞ୍ଜନ ଦାଶ । ଏହି ଅବସରରେ ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ, ସମ୍ପାଦକ ନିଗମାନନ୍ଦ ସାହୁ ଓ ମହୋତ୍ସବ କମିଟିର ସଂଯୋଜକ ଅନ୍ବେଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟାରେ ପ୍ରଥମ ଚରଣରେ ଓଡିଶୀ ନୃତ୍ୟ ଶୈଳୀରେ ” ନୃତ୍ୟାଳୟା ନିମାପଡ଼ାର କଳାକାରମାନେ ପରିବେଷଣ କରିଥିଲେ “ଶ୍ରୀ ଦୁର୍ଗା, ସେ ମହିଷାମର୍ଦ୍ଧିନୀ, ସେ ମୋକ୍ଷ ପ୍ରଦାୟିନୀ,ଜଗତ ଜନନୀ,ସେ ଦଶଭୁଜା ଆଦିଶକ୍ତି । ଦ୍ୱିତୀୟ ଛନ୍ଦରେ “ଦେଖ ଗୋ ରାଧାମାଧବ ଚାଲି ” । ଦ୍ୱିତୀୟ ଚରଣରେ “ଆଦିଶକ୍ତି ନୃତ୍ୟ ଏକାଡେମୀ କୋଲକତା କଳାକାର ମାନେ ପ୍ରଥମ ଛାନ୍ଦରେ   “ମୟୁରୀ ନୃତ୍ୟ ” ଦ୍ୱିତୀୟ ଛାନ୍ଦରେ ମହାରାଷ୍ଟ୍ରର “ଶ୍ରୀ ଗଣେଶ ବନ୍ଦନା ” ତୃତୀୟ ଛାନ୍ଦରେ “ଆସାମର ଲୋକ ନୃତ୍ୟ “ବିହୁ ” ଶେଷଛନ୍ଦରେ ପଶ୍ଚିମ ବଙ୍ଗର ଝୁମରା ନୃତ୍ୟ  ପରିବେଷଣ  କରିଥିଲେ  ।ତୃତୀୟ ଚରଣରେ ଶିଳ୍ପୀ କଳା ନିକେତନ କଳାକାରମାନେ ପରିବେଷଣ କରିଥିଲେ ଚିତାକର୍ଷକ ସମ୍ବଲପୁରୀ ଏବଂ ପଲୀ ନୃତ୍ୟ । ଶୀତୁଆ ସନ୍ଧ୍ୟା ସାଙ୍ଗକୁ ରଙ୍ଗୀନ ଆଲୋକ ମଧ୍ୟରେ ଅନୁଷ୍ଠିତ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ । ପ୍ରତାପ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ହେଲ୍ପଲାଇନ ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *