ଓଡ଼ିଶା ସମାଚାର

ଗୀତା ମହାତ୍ମ୍ୟ ଓ ଛଉ ନୃତରେ ଆରମ୍ଭ ହେଲା ୧୫ତମ ଧଉଳୀ କଳିଙ୍ଗ ମହୋତ୍ସବ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଗୀତା ମହାତ୍ମ୍ୟ ଓ ଛଉ ନୃତରେ ଆରମ୍ଭ ହେଲା ୧୫ତମ ଧଉଳୀ କଳିଙ୍ଗ ମହୋତ୍ସବ
February 09
10:54 2019

ଭୁବନେଶ୍ୱର,୦୯/୦୨/୨୦୧୯ (ଓଡ଼ିଶା ସମାଚାର)- ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ,  ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୫ତମ ଧଉଳୀ କଳିଙ୍ଗ ମହୋତ୍ସବର ଶୁକ୍ରବାର ଥିଲା ଉଦଘାଟନୀ ସଂଧ୍ୟା  । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତା  ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଶାସ୍ତ୍ରୀୟ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା  ।  Dhauli Mahotsab 1
ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମନ ବିଖ୍ୟାତ ବଂଶିବାଦକ ପ୍ରଫେସର ମୋହିନି ମୋହନ ପଟ୍ଟନାୟକ, ଘୋଡ଼ା ନାଚ ଶିଳ୍ପୀ ଉତ୍ସବ ଦାସ, ଆମେରିକାରେ ଓଡ଼ିଶୀ ନୃତ୍ୟକୁ ପ୍ରଚାର ଓ ପ୍ରସାର କରୁଥିବା ଶ୍ରୀ ପ୍ରତାପ କୁମାର ଦାସ ଏବଂ ନୃତ୍ୟ ସମିକ୍ଷକ ତଥା ଗବେଷକ ଶ୍ରୀ କେଦାର ମିଶ୍ରଙ୍କୁ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା  ।
ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଗୀତା ମହାତ୍ମ୍ୟ  । ଶ୍ରୀମଦ ଭଗବତ ଗୀତାର କିଛି ମୁଖ୍ୟ ଅଧ୍ୟାୟରୁ ଉଦ୍ଧୃତ ବିଷୟ ବସ୍ତୁକୁ ନେଇ ୪ଟି ନୃତ୍ୟ ଶୈଳୀରେ ପରିବେଷିତ ହୋଇଥିଲା ଗୀତା ମହାତ୍ମ୍ୟ  । କଥକ ନୃତ୍ୟର ତଟକାର, ଓଡ଼ିଶୀ ନୃତ୍ୟର ଅଭିନୟ , ଭାରତନାଟ୍ୟମ ନୃତ୍ୟର ତେଜ ଓ ସମକାଳୀନ ନୃତ୍ୟର ଆଧୁନିକରଣକୁ ନେଇ କଳାକାରମାନଙ୍କ ଦ୍ୱାରା ପରିବେଶିତ ଗୀତା ମହାତ୍ମ୍ୟ ଅତି ଚମକ୍ରାର ଥିଲା ଯାହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ  । ଉକ୍ତ ନୃତ୍ୟ କାର୍ଯ୍ୟକ୍ରମଟିକୁ ରଚନା କରିଥିଲେ ଶ୍ରୀ କେଦାର ମିଶ୍ର, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି  ।Dhauli Mahotsab 2
ଦ୍ୱିତୀୟ ତଥା ଅନ୍ତିମ ପରିବେଷଣ ଥିଲା ଭୁବନେଶ୍ୱର ମୟୁର ଆର୍ଟ ସେଂଟରର କଳାକାରମାନଙ୍କ ଦ୍ୱାରା  ମୟୁରଭଞ୍ଜର ଛଉ ନୃତ୍ୟ  । ତାଙ୍କର ପ୍ରସ୍ତୁତିରେ ଥିଲା ପାଇକ ବିଦ୍ରୋହ  । ଇଂରେଜମାନଙ୍କୁ ଓଡ଼ିଶାରୁ ବିତାଡ଼ିତ କରିବା ପାଇଁ ପାଇକମାନଙ୍କ ଅବଦାନ ଥିଲା ଅତୁଳନିୟ  । ପାଇକମାନେ ଇଂରେଜମାନଙ୍କ ବିରୋଦ୍ଧରେ କରିଥିବା ବିଦ୍ରୋହକୁ ଛଉ ନୃତ୍ୟ ମାଧ୍ୟମରେ କଳାକାରମାନଙ୍କ ପରିବେଷଣ ଅତି ନିଖୁଣ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ  ।
ସଂଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ; କମିଶନର ତଥା ଶାସନ ସଚିବ ପର୍ଯ୍ୟଟନ ବିଭାଗ ଶ୍ରୀଯୁକ୍ତ ବିଶାଲ କୁମାର ଦେବ; ପୂର୍ବତନ ପ୍ରଶାସକ ଲଲିତ ମାନସିଂହ, ବିଶିଷ୍ଟ ନୃତ୍ୟାଙ୍କନା ଡ଼. ମିନତୀ ମିଶ୍ର; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି  । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣି ମିଶ୍ର ଓ ଡ଼. ଶ୍ରୀନିବାସ ଘଟୁଆରୀ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment