ପ୍ରତୀକ୍ଷାର ଅନ୍ତ, ମହାନଦୀର କିଶନନଗର ବିଜୁ ସେତୁ ଉପରେ ଆଲୋକିକରଣ ଵ୍ୟଵ୍ୟସ୍ଥା ଲୋକାର୍ପିତ

କଟକ ସଦର,୨୬/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆବଶ୍ୟକତା ଦୃଷ୍ଟିରୁ କଟକ ସଦର ଅନ୍ତର୍ଗତ ମହାନଦୀର କିଶନନଗର ୭୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବିଜୁ ସେତୁ ଉପରେ ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉଜ୍ଜ୍ୱଳ ଆଲୋକିକରଣ ଵ୍ୟଵ୍ୟସ୍ଥାକୁ ଆଜି ମଙ୍ଗଳବାର ବିଜୁ ଜନତାଦଳର ୨୭ ତମ ପ୍ରତିଷ୍ଠା ଦିବସ ସଂଧ୍ୟାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଲୋକାର୍ପିତ କରିଛନ୍ତି। ଏହି ଉପଲକ୍ଷେ ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଧାୟକ ଚନ୍ଦ୍ର ସାରଥି ବେହେରା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସଦର ଵିଡିଓ ରୁମନା ଜାଫ୍ରି, ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା  ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଲୋକାର୍ପଣ ପୂର୍ବରୁ ବିଧାୟକ ଚନ୍ଦ୍ର ସାରଥି ବେହେରା ସେତୁ ଆରମ୍ଭରେ ଥିବା ପ୍ରଵାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ,’ଉଷା ଏଣ୍ଟରପ୍ରାଇଜ୍’ ର ମାନସ ରଣା ଙ୍କ ସହ କିଶନନଗର ଵିଜେଡି ଟିମ୍ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *