ଓଡ଼ିଶା ସମାଚାର

ଏସବିଆଇ ଗ୍ରୀନ୍ ମାରାଥନ ଆରମ୍ଭ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
February 04
13:24 2019

SBI Green Marathan
ଭୁବନେଶ୍ୱର, ୦୪/୦୨/୨୦୧୯(ଓଡ଼ିଶା ସମାଚାର)- ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିରନ୍ତର ଜୀବିକା ପ୍ରୋତ୍ସହନ ନିମନ୍ତେ ଏହାର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ‘ଏସବିଆଇ ଗ୍ରୀନ ମାରାଥନ’ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ପ୍ରବୀଣ କାଲା ଓ ଏସ୍ବିଆଇ ଜେନରାଲ ପ୍ରାଇଭେଟ ଲିମିଟେଡର ଏମଡି ଓ ସିଇଓ ପୁଶନ ମାହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ୩୦୦୦ ଉତ୍ସାହୀ ଧାବକ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ପ୍ରଥମ ଏଭେରେଷ୍ଟ ଆରୋହୀ କଳ୍ପନା ଦାଶ, ୧୦ ମିଟର ହର୍ଡ଼ଲର ଜାତୀୟ କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ ଓ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ କ୍ୟାପଟେନ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ । ପୂର୍ବତନ ହକି କ୍ୟାପଟେନ ୱିଲିୟମ ଜାଲାସ୍କୋ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କଳିଙ୍ଗ କ୍ରୀଡ଼ା କଂପ୍ଲେକ୍ସରେ ଅନୁଷ୍ଠିତ ଏହି ମାରାଥନରେ ଧାବକମାନେ ୫, ୧୦ ଓ ୨୧ କି.ମି ଦୌଡ଼ି ସବୁଜ ଭବିଷ୍ୟତର ଶପଥ ନେଇଥିଲେ । ଏହି ଧାବକମାନଙ୍କ ସହ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରି ‘ସବୁଜ ପାଇଁ ଦୌଡ଼’ ବାର୍ତାରେ ସହାୟକ ହୋଇଥିଲେ । ସ୍ୱଚ୍ଛ ଓ ସବୁଜ ସହର ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଜୈବିକ ଟି-ସାର୍ଟ ବଂଟନ କରାଯାଇଥିଲା । ଅଂଶଗ୍ରହଣକାରୀଙ୍କ ବକ୍ଷ ଦେଶରେ ମାରାଥନ ପରବର୍ତୀ ସମୟରେ ବୃକ୍ଷରୋପଣ ନିମନ୍ତେ ମଞ୍ଜି ପ୍ରଦର୍ଶିତ ହୋଇଥିଲା । ଆଗାମୀ ୧ ମାସ ମଧ୍ୟରେ ଏସବିଆଇ ପକ୍ଷରୁ ଚଣ୍ଡିଗଡ଼, ଅହମ୍ମଦାବାଦ, ପାଟନା, କୋଲକତା, ଜୟପୁରରେ ‘ ଏସବିଆଇ ଗ୍ରୀନ ମାରାଥନ’ ଆୟୋଜନ କରିବ । ଗତ ୪ ମାସ ମଧ୍ୟରେ ଦେଶର ୯ଟି ସ୍ଥାନ ଯଥା ନୂଆଦିଲ୍ଲୀ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁର, ଚେନ୍ନାଇ, ତ୍ରିଭାନ୍ଦ୍ରମ, ଗୌହାଟୀ ଓ ଭୋପାଳରେ ‘ ଏସବିଆଇ ଗ୍ରୀନ ମାରାଥନ’ ଆୟୋଜିତ ହୋଇସାରିଛି । ‘ ଏସବିଆଇ ଗ୍ରୀନ ମାରାଥନ’ର ସ୍ୱାସ୍ଥ୍ୟ ସହଯୋଗୀ ହେଉଛି ଏସବିଆଇ ଜେନେରାଲ ଇନସ୍ୟୁରାନସ୍ । ଏହି କାର୍ଯ୍ୟକ୍ରମରେ ଏସବିଆଇ ଲାଇଫ, ଏସବିଆଇ ମ୍ୟୁଚୁଆଲ ଫଣ୍ଡ ଓ ଏସବିଆଇ କାର୍ଡ଼ ଆଦି ସହାୟତା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment