ବୟୋଜ୍ୟେଷ୍ଠ ଶିକ୍ଷାବିତଙ୍କ ଦେହାନ୍ତ 

ନିରାକାରପୁର,୨୬/୧୨/୨୦୨୩ (ଓଡ଼ିଶା ସମାଚାର)- ସାରସ୍ୱତ କାନନର ଆତ୍ମମଗ୍ନ ତପସ୍ବୀ, ସତ୍ୟ, ନ୍ୟାୟ,ସେବା, ଧାର୍ମିକଭାବ, ଶୃଙ୍ଖଳାବୋଧ, ନିୟମାନୁବର୍ତ୍ତିତା, ପରୋପକାର, ଦୟା, କ୍ଷମା, ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ତଥା ବୟୋଜ୍ୟେଷ୍ଠ ଶିକ୍ଷାବିତ ହରେକୃଷ୍ଣ ନନ୍ଦ ଖୋର୍ଦ୍ଧାସ୍ଥିତ କୋଣାର୍କ ନଗର ବାସଭବନରେ ୯୬ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କର ମରାଶରୀରକୁ ବି. ଜେ. ବି. ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ସହର ଏବଂ ନରଣଗଡ଼ ନିକଟସ୍ଥ ବାରଘରପଟଣା ନିଜସ୍ୱ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଛି । ଶବଧାରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିସମୂହ ଉପସ୍ଥିତ ରହିଥିଲେ । ଜ୍ୟେଷ୍ଠପୁତ୍ର ନରେନ୍ଦ୍ରକୁମାର ମୁଖାଗ୍ନି ଦେଇଥିବାବେଳେ ମଧ୍ୟମପୁତ୍ର ଦେବେନ୍ଦ୍ର ଓ କନିଷ୍ଠ ପୁତ୍ର ଜିତେନ୍ଦ୍ର, ଜାମାତା, କନ୍ୟା, ବୋହୁ, ନାତି ନାତୁଣୀ ତଥା ପରିଜନ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *