ନିଶ୍ଚିନ୍ତକୋଇଲି ରେ ମାହାଙ୍ଗା ବି ଜେ ଡି  ପକ୍ଷରୁ ପ୍ରତିଷ୍ଠା ଦିବସ

ନିଶ୍ଚିନ୍ତକୋଇଲି, ୨୬/୧୨/୨୦୨୩(ଓଡିଶା ସମାଚାର/ ଅଭୟ ଜେନା )- ବିଜୁ ଜନତା ଦଳ ର ୨୭ତମ ପ୍ରତିଷ୍ଠା ଦିବସ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ଠାରେ ଅନୁଷ୍ଠିତ ହୋଇଯାଇଛି ।  ନିଶ୍ଚିନ୍ତକୋଇଲି ବଜାର ଠାରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ନିକଟରେ ଆୟୋଜିତ ସଭାରେ ଉପସ୍ଥିତ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା  । ପ୍ରତିଷ୍ଠା ଉତ୍ସବ ରେ ମାହାଙ୍ଗା ବିଧାୟକ ପ୍ରାତାପ ଜେନା ଉପସ୍ଥିତ ସହସ୍ରାଧିକ କର୍ମୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ, ଓଡିଶା କୁ ପ୍ରଗତି ପଥରେ ଆଗେଇ ନେଇଛି । ମହିଳା ସଶକ୍ତିକରଣ, ନାରୀ ଶକ୍ତି କୁ ଉଦ୍ଜୀବିତ କରିପାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ଆମରାଜ୍ୟ ଆଗ୍ରଗଣ୍ୟ ରାଜ୍ୟରେ ପରିଣତ ହୋଇଛି  । ବ୍ଲକ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ପୁରୁଷ ଓ ମହିଳା କର୍ମୀ ମାନେ ବିଜୁ ପଟ୍ଟନାୟକ ଙ୍କ  ପ୍ରତିମୂର୍ତ୍ତି ପର୍ୟ୍ୟନ୍ତ ଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଜ୍ୟୋତି ପ୍ରକାଶ ସ୍ୱାଇଁ, ଜ୍ଞାନ ରଞ୍ଜନ ରାଉତ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *