ଭୁବନ ରେ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନ, ୨୬/୧୨/୨୦୨୩ (ଓଡ଼ିଶା ସମାଚାର)-ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଭୁବନ ଏନ୍ ଏ ସି ଅନ୍ତର୍ଗତ ଯାତ୍ରା ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଭୁବନ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ , ୧୯୯୯ ମସିହା ମହାବାତ୍ୟାରେ ସାରା ଓଡ଼ିଶା ଧ୍ୱସ୍ଥ ବିଧ୍ୱସ୍ତ ହୋଇଯାଇଥିଲା ବେଳେ ୨୦୦୦ ମସିହା ପ୍ରାରମ୍ଭରେ ଜନନାୟକ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଭାର ସମ୍ଭାଳି ଥିଲେ । ଶ୍ରୀହୀନ ଓଡ଼ିଶା କୁ ସମୃଦ୍ଧ ଓଡ଼ିଶା ରେ ପରିଣତ କରିବାକୁ ଯେଉଁ ସଂକଳ୍ପ ନେଇଥିଲେ ତାହା ଆଜି  ପୂରଣ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି । ଓଡ଼ିଶା ଆଜି ବିକାଶ ପଥରେ ଆଗେଇ ଚାଲିଛି ।ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା,କୃଷି ସବୁଥିରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନ ପାଇଛି। ନବୀନ ପଟ୍ଟନାୟକ ଦେଶର ରୋଲ୍ ମଡେଲ ସାଜିଛନ୍ତି। କେବଳ ଜାତୀୟ ସ୍ତରର ନେତା ନୁହନ୍ତି ସମଗ୍ର ବିଶ୍ଵ ଆଜି ନବୀନ ପଟ୍ଟନାୟକ ଙ୍କ ପ୍ରଶଂସାରେ ଶତମୁଖ ହୋଇଛି । ମା ମାନଙ୍କୁ ବିକାଶରେ ସାମିଲ କରି ସେମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଛନ୍ତି । ମିଶନ ଶକ୍ତି ନବୀନ ବାବୁ ଙ୍କ ଯୁଗାନ୍ତକାରି ମିଶନ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମତବ୍ୟକ୍ତ କରିଥିଲେ । ଏବଂ ଆସନ୍ତା ୨୦୨୪ ନିର୍ବାଚନରେ ପୁନର୍ବାର ବିଜୁ ଜନତା ଦଳକୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ । ମୁଖ୍ୟ ବକ୍ତା ଭାବେ ସାଂସଦ ମହେଶ ସାହୁ ଯୋଗଦେଇ କହିଥିଲେ ଯେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଗରିବ ଲୋକଙ୍କ ପାଇଁ ସଂଜୀବନୀ ପାଲଟିଛି । କେନ୍ଦ୍ର ସରକାର ଙ୍କ ଆୟୁଷ୍ମାନ ଯୋଜନା ଠାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସର୍ବୋତ୍ତମ । ଆୟୁଷ୍ମାନ ଯୋଜନା ରେ ମାତ୍ର ୫ ଲକ୍ଷ ଟଙ୍କାର ସହାୟତା ମିଳିବାକୁ ଥିଲା ବେଳେ ବିଏସକେୱାଇ ଯୋଜନା ରେ ପୁରୁଷ ଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ଙ୍କ ପାଇଁ ୧୦ ଲକ୍ଷ ସମୁଦାୟ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳୁଚି । କେନ୍ଦ୍ର ସରକାର ଓଡ଼ିଶା ରୁ ଟିକସ ଆକାରରେ ଯେତିକି ଅର୍ଥ ନେଉଛନ୍ତି ସେତିକି ଦେଉନାହାନ୍ତି ,ତଥାପି ତାଙ୍କ ଦଳର କୁହlଳିଆ ନେତା ମାନେ ବଡ ବଡ କଥା କହୁଛନ୍ତି। ନବୀନ ବାବୁ ଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ସହି ପାରୁନି,ସେମାନେ ଅସହିଷ୍ଣୁ ହୋଇ ପଡିଛନ୍ତି । ଔଷଧ ବିକଳରେ ତାଟିଆ କlମୁଡୁଛନ୍ତି ବୋଲି ସାଂସଦ ମହେଶ ସାହୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ନବୀନ ବାବୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ବିଶ୍ଵ ରେକର୍ଡ କରିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସମ୍ମାନିତ ଅତିଥି ଭାବେ ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀ ଯୋଗଦେଇ କହିଥିଲେ ଯେ, ମନ୍ତ୍ରୀ ପ୍ରଫୁଲ୍ଲ ବାବୁଙ୍କ ପୂର୍ବରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ମାତ୍ର ଗୋଟିଏ ସେତୁ ଥିଲା । ପ୍ରଫୁଲ୍ଲ ବାବୁଙ୍କ ଯୋଗୁ ଏବେ ବ୍ରାହ୍ମଣୀ ନଦୀରେ ୮ ଟି ସେତୁ ନିର୍ମାଣ ହେବା ସହିତ ପ୍ରତି ଗାଁ କୁ ପକ୍କା ସଡ଼କ ମଧ୍ୟ ନିର୍ମାଣ ହୋଇଛି । ଗାଁ ଗାଁ ରେ ବିକାଶ ପହଞ୍ଚିଛି । ଏ ସବୁ ପ୍ରଫୁଲ୍ଲ ବାବୁଙ୍କ ଉଦ୍ୟମରେ ହିଁ ହେଉଛି । ଆସନ୍ତା  ନିର୍ବାଚନରେ ବିଜେଡି ନିଶ୍ଚିତ ଭାବେ ବିଜୟ ଲାଭ କରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା,କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ,ଭୁବନ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,କାମାକ୍ଷା ନଗର ଏନ୍ ଏ ସି ବିଜେଡି ସଭାପତି ଆଦିତ୍ୟ ଆଚାର୍ଯ୍ୟ,ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମାନନ୍ଦ ବରାଳ,ସୁଧାକର ସାହୁ ,ଅଜୟ ସେଠୀ,ମାୟାଧର ପଣ୍ଡା,ପ୍ରବୋଧ ଦାସ, ପୂର୍ବତନ ନଗରପାଳ ଜଗନ୍ନାଥ ଗୁରୁ,କବିତା ବାରିକ,ଜିଲ୍ଲା ମହିଳା ବିଜେଡି ଉପ ସଭାନେତ୍ରୀ ତିଳୋତ୍ତମା ଚୌଧୁରୀ,ଭୁବନ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ପୁଷ୍ପଲତା ରାଉତ ଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ମଞ୍ଚାସିନ ଥିଲେ । ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ପୁରୁଷ,ମହିଳା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଉଦ୍ୟମରେ ଘରୋଇ ବସ୍ ମାଲିକ ଜନ ମଙ୍ଗଳ ସଙ୍ଘ ସଭାପତି ନିରଞ୍ଜନ ପୃଷ୍ଟି ଙ୍କ ସମେତ ବିଭିନ୍ନ ଦଳରୁ  ୧୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦେଇଥିଲେ । ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ସାହୁ,ବିଶ୍ୱଜିତ୍ ବାରିକ,ରାକେଶ କୁମାର ପୃଷ୍ଟି,ବିଜୟ କୁମାର ପୃଷ୍ଟି, ପିଣ୍ଟୁ ଦାସ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *