ଓଡ଼ିଶା ସମାଚାର

ଦେଶର ୨ୟ ହୋମିଓପାଥିକ୍ ମିନି ଫାର୍ମାସୀ ଉଦ୍ଘାଟିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଦେଶର ୨ୟ ହୋମିଓପାଥିକ୍ ମିନି ଫାର୍ମାସୀ ଉଦ୍ଘାଟିତ
January 28
18:08 2019

ଭୁବନେଶ୍ୱର, ୨୮/୦୧/୨୦୧୯ (ଓଡ଼ିଶା ସମାଚାର)-ଡାଃ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଆଜି ଏକ ମିନି ଫାର୍ମାସୀ ଉଦ୍ଘାଟନ କରିବା ସହିତ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ୩କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହୋଇଥିବା ଏବି ମିନି ଫାର୍ମାସୀ ସରକାରୀ ସ୍ତରରେ ଦେଶର ୨ୟ ହୋମିଓପାଥି ଫାର୍ମାସୀ । ହୋମିଓପାଥିକ୍ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ସରକାରୀ ଉଦ୍ୟୋଗ । ପ୍ରାୟ ୨୦୦ଟି ଔଷଧ ପ୍ରସ୍ତୁତି ନିମନ୍ତେ ଏହା ମନ୍ୟତାପ୍ରାପ୍ତ । ବର୍ତମାନ ଉପଲବ୍ଧ ଥିବା ବ୍ୟବସ୍ଥା ମଧ୍ୟରେ ଏହି ଅନୁଷ୍ଠାନ ରାଜ୍ୟର ପ୍ରାୟ ୫୫୦ ସରକାରୀ ହୋମିଓପାଥିକ ୍ ଚିକିତ୍ସାଳୟ ଓ ୪ ଟି ହସପିଟାଲକୁ ଔଷଧ ଯୋଗାଇ ଆସୁଛି । ଏହାର ଦକ୍ଷତା ବୃଦ୍ଧିକରାଯାଇ ଆମ ରାଜ୍ୟର ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ଔଷଧ ଯୋଗାଇ ଦେଇ ପାରିବ ।
ସେହିପରି ଏକ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଔଷଧ ପ୍ରୟୋଗଶାଳା ଦେଶର ୨ୟ ଏବଂ ରାଜ୍ୟମାନଙ୍କ ମଧ୍ୟର ପ୍ରଥମ ପ୍ରୟୋଗଶାଳା । ଏହି ପ୍ରୟୋଗଶାଳା କାର୍ଯ୍ୟକ୍ଷମ ହେଲେ ଆମ ରାଜ୍ୟ ସହିତ ଅନ୍ୟ ରାଜ୍ୟର ପ୍ରସ୍ତୁତ ହେଉଥିବା ହୋମିଓପାଥି ଔଷଧର ମାନ ଓ ଗୁଣବତା ଏଠାରେ ପରୀକ୍ଷା କରାଯାଇପାରିବ । ରାଜ୍ୟର ଆୟୁଷ୍ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ । ଆମରାଜ୍ୟରେ ଆୟୁଷ୍ ଚିକିତ୍ସା ବ୍ୟବସ୍ଥାର ବିକାଶ ନିମନ୍ତେ ଆବଶ୍ୟକୀୟ ପଦ କ୍ଷକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
ଏହି ସମାରୋହରେ ସାଂସଦ ଡଃ ପ୍ରସନ୍ନ କୁମାର ପାଟଶାଣୀ , ବିଧାୟକ ବିଜୟ କୁମାର ମହାନ୍ତି , ଆୟୁଷ୍ ନିର୍ଦ୍ଧେଶକ ଅଶ୍ୱନୀ କୁମାର ମିଶ୍ର ଏବଂ ଅଧ୍ୟକ୍ଷ ତଥା ଅଧୀକ୍ଷକ ପ୍ରଫେସର ସୁଧୀର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment