ତୁଳସୀ ପୂଜନ କାର୍ଯ୍ୟକ୍ରମ

 ରାଉରକେଲା, ୨୫/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସ୍ଥାନୀୟ ହନୁମାନ ବାଟିକା, ରାଉରକେଲା, ସନ୍ଥ ଶ୍ରୀ ଆଶାରାମଜୀ ବାପୁ ସତସଙ୍ଗ ଭବନ ଠାରେ ୨୫ ଡିସେମ୍ବର ତାରିଖ କୁ ତୁଳସୀ ପୂଜନ ଦିବସ ରୂପେ ପାଳନ କରାଯାଇଛି। ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣା ରେ ସମ୍ପୂର୍ଣ୍ଣ ବିଶ୍ୱରେ ତୁଳସୀ ପୂଜନ ପାଳନ ପୂର୍ବକ ଆଜି ଏଠାରେ ମଧ୍ୟ ମନ୍ତ୍ର, ବନ୍ଦନା, ଅର୍ଘ୍ୟ, ପରିକ୍ରମା ଏବଂ ଆରତୀ ସହିତ  ତୁଳସୀ ମାଆଙ୍କ ପୂଜନ କରାଯାଇଥିଲା। ଏହା ବ୍ୟତୀତ, ଏହି ପୂଜନ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ସାଧକ ଭକ୍ତମାନେ ସନ୍ଥ ଆଶାରାମଜୀ ବାପୁଙ୍କ ଜୀବନ ଚରିତ “ଶ୍ରୀ ଆଶାରାମାୟଣ ଯୋଗ ଲୀଳା” ର ପଠନ ଓ ଶ୍ରବଣ କରିଥିଲେ। ଏହା ସହିତ, ଶ୍ରୀମଦ ଭଗବତ ଗୀତା ର “ସପ୍ତମ ଅଧ୍ୟାୟ” ପାଠ କରି ଉକ୍ତ ପଠନ ର ପୂଣ୍ୟ ନିଜ ନିଜ ପିତୃପୁରୁଷମାନଙ୍କୁ ସମସ୍ତେ ଅର୍ପଣ କରିଥିଲେ। ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ର ବାଳ ସଂସ୍କାର ପ୍ରଭାରୀ ଶ୍ରୀ ସମୀର ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ସମ୍ପନ୍ନ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଶେଷରେ ତୁଳସୀ ର ମହାନତା ଆଧ୍ୟାତ୍ମିକ, ବ୍ୟବହାରିକ ତଥା ବୈଜ୍ଞାନିକ ଦୃଷ୍ଟି ରେ ଆଲୋଚନା କରାଯାଇଥିଲା। ଏହା ସହିତ, ୨୫ ଡ଼ିସେମ୍ବର ଦିନକୁ ହିଁ ତୁଳସୀ ପୂଜନ ରୂପେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ପାଳନ କରିବାର ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ମହାନ ଉଦ୍ଦେଶ୍ୟ କୁ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସୁନିତା ଅଗ୍ରୱାଲ, ଶିଲା ଗୁପ୍ତା, ରଞ୍ଜିତା ଗୁପ୍ତା, ଅନିତା ମାଝୀ, ପ୍ରୀତି ବିଶ୍ଵକର୍ମା, ସୁଚିତ୍ରା ଦେଶପାଣ୍ଡେ, ଆଶା ଦେବୀ ମାଳି, ଶକୁନ୍ତଳା ମାଝୀ, ମନ୍ଦିରା ମିଶ୍ର, ଗୀତା ମହାନନ୍ଦିଆ, ବିଶ୍ବମ୍ବର ମହାନ୍ତି, ଲଳିତା ପୋଦାର, ସୁନିତା ସାହୁ, ଜୟ ଶଙ୍କର ଗୌଡ଼, ପର୍ଶୁରାମ ବଡାଇକ, ଦିଲୀପ ମହାନନ୍ଦିଆ, ବନାରସୀ ପ୍ରସାଦ, ଶିବ ବିଶ୍ଵକର୍ମା, ଦେବଜିତ ଶତପଥୀ , ଗୋବିନ୍ଦ ମାଝୀ, ଶିବ ଶଙ୍କର ମାଝୀ, ରତନ ଗୁପ୍ତା, ମଧୁଦେବୀ ବର୍ମା, ସୁରେନ୍ଦ୍ର ଅଗ୍ରୱାଲ, ମୀରା ରାନୀ ପଣ୍ଡା,  ପ୍ରତିଭା ମହତୋ, ଅପର୍ଣ୍ଣା ମହତୋ ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *