‘ୱି କେନ୍’ ଚାରିଟେବୁଲ ଟ୍ରଷ୍ଟର ‘ଖ୍ରୀଷ୍ଟମାସ ଫିଡ୍’ ଉତ୍ସବ

ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ସହ ଗୋଟିଏ ଦିନ

ଭୁବନେଶ୍ୱର,୨୫/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପବିତ୍ର ବଡ଼ ଦିନ ଅବସରରେ ଚାରିଟେବୁଲ ଟ୍ରଷ୍ଟ ‘ୱି କେନ୍’ ପକ୍ଷରୁ ‘ଖ୍ରୀଷ୍ଟମାସ ଫିଡ୍’ ଉତ୍ସବ ପାଳିତ ହୋଇଯାଇଛି । ୟୁନିଟ୍-୩,ଭୁବନେଶ୍ୱର ସ୍ଥିତ ଦୃଷ୍ଟିବାଧିତଙ୍କ ନିମନ୍ତେ ବିଦ୍ୟାଳୟ ‘ଓଡ଼ିଶା ଆସୋସିଏସନ ଫର ଦ ବ୍ଲାଇଣ୍ଡ’ ପରିସରରେ ସୋମବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ଓ ଅନୁଷ୍ଠାନର କର୍ମକର୍ତାମାନେ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ସହ ଖ୍ରୀଷ୍ଟମାସ ପାଳିବା ସହ ସେମାନଙ୍କୁ ଗୋଟିଏ ଦିନର ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି । ଟ୍ରଷ୍ଟର ପ୍ରତିଷ୍ଠାତା ଚୈତାଲୀ ସୋମ୍ ଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନର ସଭାପତି ତଥା ସନ୍ୟାସ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନିଜ ନିଜ ପରିବାର ସହିତ ସୁଖକର ମୁହୂର୍ତ କଟାଇବା ଏକ ଅପୂର୍ବ ବିଷୟ । କିନ୍ତୁ ଯେଉଁମାନେ ସମୟର କଷାଘାତରେ ଏକା ଏକା ଲଢ଼ୁଛନ୍ତି ସେମାନଙ୍କ ସହ ମିଲ ବାଂଟିବା ଏକ ସ୍ୱତନ୍ତ୍ର ବିଷୟ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ସୋମ୍ ପ୍ରକାଶ କରିଥିଲେ । ସେହିପରି ଦୃଷ୍ଟିବାଧିତ କୋମଳମତି ଛାତ୍ରଛାତ୍ରୀମାନେ ଅନ୍ୟର ସ୍ନେହବୋଳା ପରଷରେ ଦୁନିଆକୁ ଖୁବ୍ ସୁନ୍ଦର ଭାବରେ ଆକଳନ କରିପାରନ୍ତି । ଏନେଇ ‘ୱି କେନ୍’ ଚାରିଟେବୁଲ ଟ୍ରଷ୍ଟ ସବୁ ବର୍ଷ ବିଭିନ୍ନ ସଂସ୍ଥାରେ ଖ୍ରୀଷ୍ଟମାସ ଫିଡ୍ ଦେଉଛନ୍ତି । ଚଳିତ ବର୍ଷ ସେମାନେ ଏହି ବ୍ଲାଇଣ୍ଡ ଆସୋସିଏସନରେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି, ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶ୍ରେଷ୍ଠ ଉପହାର ଶ୍ରୀ ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁବାଷ ମହାନ୍ତି, ଶିକ୍ଷାନୁଷ୍ଠାନର କପିଲ ସ୍ୱାଇଁ, ଟ୍ରଷ୍ଟର ସାତ୍ୱିକ ଘୋଷ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ ।
ଏହି ଅବସରରେ ଧରିତ୍ରୀ ର ଡେପୁଟୀ ନ୍ୟୁଜ୍ ଏଡ଼ିଟର ଶ୍ରୀ ଲାଲା ସୁନୀଲ କୁମାର ରଥ ଙ୍କୁ ବେଷ୍ଟ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିଲା ଏବଂ ବେଷ୍ଟ ସୋସିଆଲ ଏକ୍ଟିଭିଷ୍ଟ ଭାବରେ ଶ୍ରୀ ସାତ୍ତ୍ୱିକ ଘୋଷ, ସୁଭାଷ ମହାନ୍ତି ତଥା ଶ୍ରୀଯୁକ୍ତ ସନ୍ନ୍ୟାସ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ପୁରସ୍କାର ଗୁଡିକ ‘ୱି କେନ୍’ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଚୈତାଲି ସୋମ୍ ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ଏହି ପୁରସ୍କାର ଗୁଣୀ ଓ ମାନି ବ୍ୟକ୍ତି ମାନଙ୍କୁ ଦିଆଯିବ ବୋଲି ଶ୍ରୀମତୀ ସୋମ ଘୋଷଣା କରିଥିଲେ। ୨୫୦ ଦୃଷ୍ଟି ବ।ଧିତ ଛାତ୍ରଛାତ୍ରୀ ମାନଙ୍କୁ କେକ ଜୁସ ମିଠା ତଥା ବିରିଆନି ଖାଦ୍ୟ ଆକାରରେ ‘ୱି କେନ୍’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *