ଓଡ଼ିଶା ସମାଚାର

ଶିଳ୍ପୋଦ୍ୟୋଗୀଙ୍କ ଜେଏସପିଏଲ ପ୍ଲାଂଟ ପରିଦର୍ଶନ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
January 09
14:05 2019

Angul Jspl
ଅନୁଗୋଳ, ୦୯/୦୧/୨୦୧୯ (ଓଡ଼ିଶା ସମାଚାର)-ଶିଳ୍ପୋଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଆଜି ଓଡିଶାର ଅନୁଗୋଳ ସ୍ଥିତ ଜେଏସପିଏଲ ସର୍ବବୃହତ ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳରେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦେଶର ବିଭିନ୍ନ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗର ଯୁବ ପ୍ରତିନିଧି ମଣ୍ଡଳୀ ଏକ ଦିବସୀୟ ପରିଦର୍ଶନରେ ଆସି ଏହି ମେଗା ଷ୍ଟିଲ ପ୍ରକଳ୍ପର ବିଭିନ୍ନ ସୟନ୍ତ୍ର ବୁଲି ଦେଖିବା ସହିତ ଜେଏସପିଏଲ ଟାଉନସିପ ଏବଂ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ନିଆଯାଉଥିବା ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇଥିଲେ । ଏହି ପରିଦର୍ଶନ ସମୟରେ ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ପ୍ରତିନିଧି ମଣ୍ଡଳୀଙ୍କ ସହ ଉପସ୍ଥିତ ଥିଲେ । ପ୍ଲାଣ୍ଟ ପରିଦର୍ଶନ ପୂର୍ବରୁ ଏହି ପ୍ରତିନିଧି ମଣ୍ଡଳୀ ଜିନ୍ଦଲ ନଗରସ୍ଥିତ ଦେବଭୂମିରେ ଅବସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଏହାପରେ ଏହି ପ୍ରତିନିଧି ମଣ୍ଡଳୀ ଆଇରନ ମେକିଂ ଜୋନ, ବିଓଏଫ, ବାର ମିଲ, ପ୍ଲେଟ ମିଲ, ସିଜିପି, ଡିଆରଆଇ ଏବଂ ପ୍ଲାଂଟ ର ବିଭିନ୍ନ ୟୁନିଟ୍ ବୁଲି ଦେଖିବା ସହ ପ୍ଲାଂଟର ଅତ୍ୟାଧୁନିକ ଜ୍ଞାନକୌଶଳ, ଉପôାଦ ସାମଗ୍ରୀ ଏବଂ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଗୁଡିକର ଉଚ୍ଚ ପ୍ରଶଂସା କରିଥିଲେ । ୧୯୮୭ ମସିହାରେ ଗଠିତ ହୋଇଥିବା ଏହି ଏଂଟରପ୍ରିନିୟର ଅର୍ଗାନାଇଜେସନରେ ୧୩୦୦୦ରୁ ଉଦ୍ଧ୍ୱର୍ ପ୍ରଭାବଶାଳୀ ବ୍ୟବସାୟୀକ ସଂଗଠନ ଜଡିତ ହୋଇଥିବାବେଳେ ବର୍ତମାନ ସୁଧା ସମଗ୍ର ବିଶ୍ୱର ୫୭ଟି ଦେଶରେ ୧୮୧ଟି ଚାପ୍ଟର କାର୍ଯ୍ୟ କରୁଅଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment