ଓଡ଼ିଶା ସମାଚାର

କାଳିଆ ଯୋଜନା ନିମନ୍ତେ ଗଡିଲା ସଚେତନତା ରଥ

 Breaking News
  • ସଫଳ ହେଲା ନବୀନଙ୍କ ମହିଳା କାର୍ଡ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଲଗାତାର ପଂଚମ ଥର ବିଜୟ ବାନା ଉଡ଼ାଇଛନ୍ତି ନବୀନ ପଟ୍ଟନାୟକ । ଦେଶବ୍ୟାପୀ ମୋଦୀ ସୁନାମୀରେ ବିରୋଧୀ ଦଳଗୁଡ଼ିକ ଧରାଶାୟୀ ହୋଇପଡ଼ିଥିଲା ବେଳେ ନବୀନ କିନ୍ତୁ ମୋଦୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି । ପ୍ରାୟ ୧୧୦...
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
କାଳିଆ ଯୋଜନା ନିମନ୍ତେ ଗଡିଲା ସଚେତନତା ରଥ
January 08
21:46 2019

ଜଗତସିଂହପୁର,୦୮/୦୧/୨୦୧୯ (ଓଡ଼ିଶା ସମାଚାର)–ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ନିୟନ୍ତ୍ରିତ ବଜାର କମିଟି,ଜଗତସିଂହପୁର ସୈାଜନ୍ୟରୁ କାଳିଆ ଯୋଜନାକୁ ଲୋକାଭିମୁଖୀ କରିବା ନିମନ୍ତେ ସଚେତନତା ରଥ ଶୁଭ ଉଦ୍ଘାଟିତ  ହୋଇଯାଇଅଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ବିଶ୍ୱଜିତ୍ ଦାସ ଏବଂ ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି ପତାକା ହଲାଇ କାଳିଆ ଯୋଜନା ସଚେତନତା ରଥକୁ ଶୁଭ ଉଦ୍ଘାଟନ  କରିଥିଲେ । Jsp Kalia 1ଏହି ସଚେତନତା ରଥ ଜିଲ୍ଲାର ୮ଟି ବ୍ଲକର ସମସ୍ତ ପଂଚାୟତ ପରିକ୍ରମା କରି କାଳିଆ ଯୋଜନା ସଂପର୍କରେ ଜନସାଧାରଣଙ୍କୁ  ସଚେତନ କରାଇବ । ଏହି କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ  କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏହି ଯୋଜନାରେ ପ୍ରତି ଚାଷୀ ପରିବାରକୁ ଚାଷ,ବିହନ,ସାର,କୀଟନାଶକ ବାବଦକୁ ୫୦୦୦ ଟଙ୍କା ସହାୟତା ରାଶି ରାଜ୍ୟ ସରକାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ଶ୍ରୀ ସୂର୍ଯ୍ୟକାନ୍ତ ଦାସ,ଜିଲ୍ଲା ସୂଚନା ଓ  ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକଓ ଗଣମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Jsp Kalia 2

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment