ଓଡ଼ିଶା ସମାଚାର

ସର୍ବଭାରତୀୟ ହରତାଳକୁ ସମାଜବାଦୀ ପାର୍ଟିର ସମର୍ଥନ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
January 08
07:44 2019

ଭୁବନେଶ୍ୱର, ୦୮/୦୧/୨୦୧୯(ଓଡ଼ିଶା ସମାଚାର)- ଜାନୁଆରୀ ୮ଓ ୯ ଦୁଇଦିନ ଧରି ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଜାତୀୟସ୍ତରରେ ପାଳନ କରାଯାଉଥିବା ହରତାଳକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦୃଢ ସମର୍ଥନ ଜ୍ଞାପନ କରାଯାଇଛି  । ପାର୍ଟିର ରାଜ୍ୟସଭାପତି ରବି ବେହେରା  ଏକ ପ୍ରେସ୍ ବିବୃତି ଜରିଆରେ କେନ୍ଦ୍ର ସରକାରଙ୍କର ଶ୍ରମିକ ଓ କୃଷକ ମାରଣ ନୀତିକୁ ଦୃଢ ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କର ଶ୍ରମିକମାରଣ ନୀତି ବିରୁଦ୍ଧରେ ଏହି ହରତାଳକୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରି ଗରିବ ବିରୋଧି ବିଜେପି ସରକାରକୁ ଦୃଢ ଜବାବ ଦେବାକୁ ନିବେଦନ କରିଛନ୍ତି  ।ଏଠାରେ ଉଲ୍ଲେଖଥାଉକି, ୧୧ ଦଫା ଦାବିକୁ ନେଇ ଦୁଇଦିନ ଧରି ସର୍ବଭାରତୀୟ ସ୍ତରରେ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ଓ କୃଷକ ସଂଗଠନଗୁଡ଼ିକ ତରଫରୁ ଜାତୀୟ ହରତାଳ ପାଳିତ ହେବାକୁ ଯାଉଛି  । ୧୧ ଦଫା ସମ୍ବଳିତ ଦାବି ମଧ୍ୟରୁ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ମାସିକ ୨୫ ହଜାର ଟଙ୍କା, ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରିବା, କୃଷକମାନଙ୍କର ଋଣ ଛାଡ କରିବା ଏବଂ ବିନା ସୁଧରେ କୃଷି ଋଣ ଯୋଗାଇଦେବା, ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ୨୦୦ ଦିନର କାର୍ଯ୍ୟ ଦିବସ, ଆଦିବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା, ସମସ୍ତ ଭୂମିହୀନଙ୍କୁ ଘରଡିହ ପଟ୍ଟା, ଧାନର ସର୍ବନିମ୍ନ କୁଇଂଟାଲ୍ ପିଛା ୩୦୦୦ଟଙ୍କା ଏବଂ ସର୍ବୋପରି କୃଷକମାନଙ୍କୁ ମାସିକ ପେନ୍ସନ୍ ଦେବା ଦାବିରେ ଆହୂତ ଏହି ଜାତୀୟ ଧର୍ମଘଟକୁ ସମାଜବାଦୀ ପାର୍ଟି ଦୃଢ ସମର୍ଥନ ଜ୍ଞାପନ କରୁଛି ବୋଲି ସଭାପତି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment