ପ୍ରକାଶ ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, କିଶନନଗର ‘ଆକା’ ଚମ୍ପିୟାନ

କଟକ ସଦର , ୨୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଇସାପୁର ପଞ୍ଚାୟତ ଦୀଘି ଠାରେ ଆଜି ରବିବାର ଦିନ ବାପୁଜୀ ସ୍ପୋଟିଙ୍ଗ କ୍ଲବ ଆନୁକୁଲ୍ୟରେ ପ୍ରକାଶ ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ଵେଳେ ଫାଇନାଲରେ ଵାରଦା ଟିମ୍ କୁ ଟାଇଵେ୍ରକର  ସାହାଯ୍ୟରେ ହରାଇ କିଶନନଗର ‘ଆକା’ ଟିମ୍ ଚମ୍ପିୟାନ ହୋଇଥିଲା। ଏହି ଅବସରରେ ପ୍ରକାଶ ମେମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଶାନ୍ତ ଦାସଙ୍କ ପୃଷ୍ଠପୋଷକତାରେ, ଆୟତପୁର ସରପଞ୍ଚ ରାକେଶ ବେହେରାଙ୍କ ସଭାପତିତ୍ବରେ ଏଵଂ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଟିମକୁ ଟ୍ରଫି ସହ ଅର୍ଥରାଶି ଓ ରନର୍ସ ଅପ୍ ଟିମକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଆତ୍ମା ସଭାପତି ରଜନୀ କାନ୍ତ ସାହୁ,ଯୁବ ଵିଜେଡି ସଭାପତି ହିମାଂଶୁ ଦାସ, ସରପଞ୍ଚ ଜ୍ୟୋତ୍ସ୍ନାରାଣୀ  ରାଉତ୍ରା, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ ପ୍ରମୁଖ ଯୋଗଦେଇ ଥିଲେ। ପରିଚାଳନାରେ ମନୋରଞ୍ଜନ ଦାସ, ଉମାକାନ୍ତ ରାଉତରାୟ,ସୈ।ମ୍ୟରଞ୍ଜନ ମହାନ୍ତି,ଵିଧୁଭୂଷଣ ଦାସ,ଶିଵଦତ୍ତ ମହାନ୍ତି ପ୍ରମୁଖ ସହାୟତା କରିଥିଲେ  ।

Leave a Reply

Your email address will not be published. Required fields are marked *