ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ କାର୍ଯ୍ୟକ୍ରମ

ମୁକ୍ତ କରିବା ପାଇଁ ଅଗ୍ରଣୀ ଭୁମିକା ଗ୍ରହଣ କରିଛି ଆସ୍ପାୟାର୍:  ବିଧାୟକ

କୋଇଡା, ୨୪/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ଜନ ପ୍ରତିନିଧି, ଶିଶୁ ଅଧିକାର ସୁରକ୍ଷା ମଞ୍ଚ ତଥା ଆସ୍ପାୟାର୍ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଖଣି ଖାଦାନ ଭରା ଉପାନ୍ତ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ କୋଇଡା ବ୍ଲକ୍ ଠାରେ ଅସହାୟ, ଅନାଥ, ଅକ୍ଷମ, ପାରିବାରିକ ସମସ୍ୟା ଯୋଗୁଁ  ଅଧାରୁ ପାଠ ଛାଡୁଥିବା ଶିଶୁ ବା ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପଞ୍ଚାୟତର ଗ୍ରାମ ଠାରୁ ଆରମ୍ଭ କରି ସାହି ପର୍ଯ୍ୟନ୍ତ ଖୋଜି ଖୋଜି ବାହାର କରି ତାଙ୍କୁ ଆବାସିକ ବ୍ୟବସ୍ଥା ସହ ଶିକ୍ଷାର ମୁଖ୍ୟ ଧାରାରେ ଯୋଡିବା ପାଇଁ ଗତ ୨୦୧୫ ମସିହା ଠାରୁ ଏକ ବେସରକାରୀ ସଂସ୍ଥା ଆସ୍ପାୟାର୍ ଟାଟା ଷ୍ଟିଲ ଫାଉଣ୍ଡେଶନ ସହାୟତାରେ କାର୍ଯ୍ୟ କରି ଆସୁଅଛି । ଆସ୍ପାୟାର୍ କେବଳ ଶିଶୁ ଅଧିକାର ସୁରକ୍ଷା ପାଇଁ ନୁହେଁ ସଂସ୍ଥା ମାଧ୍ୟମରେ ଅଞ୍ଚଳର ୨୦୦ ରୁ ଅଧିକ ଯୁବକ ଯୁବତୀ ଙ୍କୁ ରୋଜଗାର ମଧ୍ୟ ପ୍ରଦାନ କରିବାରେ ସଫଳ ହୋଇଛନ୍ତି । ଏମିତିକି ଦିନେ ପାଠ ପଢା ଛାଡି ପର ଘରେ ଛେଳି ଚରାଉଥିବା ଛାତ୍ର ଛାତ୍ରୀ ଆଜି ମହାବିଦ୍ୟାଳୟ ମାନଙ୍କରେ ସୁନାମ ଅର୍ଜନ କରୁଛନ୍ତି ।ଜୀବନରେ ଶିକ୍ଷା ଭଳି ଶ୍ରେଷ୍ଠ ହତିଆର ଥିଲେ ଶିଶୁ ତାର ଅଧିକାର ପାଇବା ସହ ଶିଶୁ ଶ୍ରମିକ ହାର ମଧ୍ୟ କମିବ ଏ ନେଇ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ସମେତ ଅନ୍ୟ ଅତିଥି ଗହଣରେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର, ବ୍ଲକ୍ ଅଧ୍ୟକ୍ଷ ସୁରେଶ କୁମାର ନାଏକ, ବ୍ଲକ୍ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା, ବ୍ଲକ୍ ସିଡିପିଓ ଅନିତା ସାହୁ ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଟାଟା ଷ୍ଟିଲ ଫାଉଣ୍ଡେଶନ ପକ୍ଷରୁ ସଞ୍ଜୟ ସର୍ଦାର ,ଆସ୍ପାୟାର୍ ରାଜ୍ୟ ପରିଚାଳକ ମୁଖ୍ୟ ରବି କୁମାର , ବ୍ଲକ୍ ପୁର୍ବତନ ଉପାଧ୍ୟକ୍ଷ ଦିବାକର ନାଏକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ମାହୁନ୍ତ, ସମାଜସେବୀ ବାଦଲ ବାରିକ, ବୁଲୁ ପାତ୍ର  ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସମ୍ଵନ୍ଧୀୟ ବାର୍ତ୍ତା ପ୍ରେରଣ କରିବା ସହ ଆସ୍ପାୟାର୍ କରୁଥିବା ସମସ୍ତ କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିହ୍ନ ପ୍ରକାରର ଶିକ୍ଷା ସମ୍ବନ୍ଧୀୟ ମେଳା ପ୍ରଦର୍ଶନୀ ସହ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ ଓ ସାମାଜିକ ନାଟକ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଟେନସା କ୍ଲଷ୍ଟର ସିଆରସିସି ପ୍ରଶାନ୍ତ ପରିଡା ପରିଚାଳନା କରିଥିବା ବେଳେ ଆସ୍ପାୟାର୍ ବ୍ଲକ୍ ମୁଖ୍ୟ ବାପିଲି ଗୋସ୍ଵାମୀ, ରମେଶ ଘୁଘେ ,ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ସକ୍ରିୟ ସହୋଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *