କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ଦୁଇଜଣ ଏସଓଜି ଜବାନ ଗୁରୁତର ଆହତ

ଫୁଲବାଣୀ, ୨୪/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଏସଓଜି ଜବାନଙ୍କ କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିବା ଫଳରେ ଦୁଇଜଣ ଏସଓଜି ଜବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇ ଜବାନ ହେଉଛନ୍ତି ଅମିୟ ରଂଜନ ଦାସ ଓ ପ୍ରଶାନ୍ତ ଜେନା । ପ୍ରଶାନ୍ତ ସାମନ୍ୟ ଆହାତ ହୋଇଥିବା ବେଳେ ଅମିୟ ଗୁରୁତର ଆହତ ଅବସ୍ଥାରେ ଏଏମସ କୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଟେକେଲାମିଲା ଜଙ୍ଗଲରେ ଏସଓଜି ଜବାନ ଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବାବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଛି । ଫଳରେ ଦୁଇ ଜଣ ଏସଓଜି ଜବାନ ଗୁରୁତର ଆହତ ହୋଇଛନ୍ତି । ସିର୍ଲା ଜଙ୍ଗଲରେ ମାଓବାଦୀ ଥିବା ଖବରପାଇ କନ୍ଧମାଳ ଏସପି କମ୍ବିଂ ଅପରେସନ ପାଇଁ ନିର୍ଦେଶ ଦେଇଥିଲେ। ଏସଓଜି ଜବାନ ଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ମାଓବାଦୀମାନେ ପୁର୍ବରୁ ବିଛାଇଥିବା ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା । ଫଳରେ ଜଣେ ଏସ୍ଓଜି ଜବାନଙ୍କର ଆଖିରେ ଗୁରୁତର ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନା କୁ ଅଣାଯାଇ ପ୍ରଥମିକ ଚିକିତ୍ସା କରାଯାଇ ଥିଲା । ଆହତ ପ୍ରଶାନ୍ତ ଙ୍କୁ ଫୁଲବାଣୀ ସ୍ଥାନାନ୍ତିରତ କରାଯାଇଥିବା ବେଳେ ଅମିୟ ଙ୍କୁ ଏଏମସ୍ କୁ ସ୍ଥାନାନ୍ତରିତ କରାଯାଇଛି । । ସମ୍ପୃକ୍ତ ସ୍ଥାନରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରୀ ରହିଛି । କୌଣସି ମାଓବାଦୀ ମୃତାହତ ହୋଇଥିବା ନେଇ ଖବର ମିଳିନାହିଁ । ସେପଟେ ସମ୍ପୃକ୍ତ ଅଂଳରେ ସୁରକ୍ଷା ବାହିନୀ ତରଫରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *