ସମାଜ ସେବୀ ବାସୁଦେବ ମହାପାତ୍ରଙ୍କ ତ୍ରୟୋଦଶ ତମ ଶ୍ରାଦ୍ଧ ଉତ୍ସବ ପାଳିତ

ବାଲିଚନ୍ଦ୍ରପୁର,୨୩/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଣକା ପଂଚାୟତ ଅଧିନସ୍ତ ଖଡିଅଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ସୁଯୋଗ୍ୟ ପିତା ସମାଜ ସେବୀ ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ତ୍ରୟୋଦଶ ତମ ଶ୍ରାଦ୍ଧ ଉତ୍ସବ ମହାସମାରୋହରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି   ପୂର୍ବାହ୍ନ ୧୧ ଘଟିକା ସମୟରେ  ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ମାହାଙ୍ଗାର ଯୁବ ନେତା ତଥା ଆଗାମୀ ଶତାବ୍ଦୀ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର ସମ୍ପାଦକ ସେକ ମସୁଦ୍ ଅଲି ଯୋଗ ଦେଇ ଉତ୍ସବକୁ ଆନୁଷ୍ଠାନିକ ଉଦଘାଟନ କରି ବାସୁ ଜଣେ ଉତ୍ସର୍ଗିକୃତ ମହାନ୍ ଜନସେବି ଥିଲେ ବୋଲି ପ୍ରକାଶ କରିଥିଲେ  l ସମ୍ମାନିତ ଅତିଥି ଭାବେ ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ ଯାଚିନ୍ଦ୍ର କୁମାର୍ ରାଉତ୍ ଯୋଗ ଦେଇ ବିରୂପା – ଗେଙ୍ଗୁଟି ଦ୍ଵୀପାଞ୍ଚଳର ସାମଗ୍ରିକ ବିକାଶ ପାଇଁ ସେ ସର୍ବଦା ମହାନ୍ ତ୍ୟାଗ କରି ବଡ଼ଚଣା ବାସୀଙ୍କ ପାଖରେ ସର୍ବଦା ସ୍ମରଣୀୟ ହୋଇ ରହିବେବୋଲି ପ୍ରକାଶ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଣକା ସରପଞ୍ଚ ସମରେନ୍ଦ୍ର ମହାପାତ୍ର, ସ୍ମୃତି ସଂସଦର ଉପ ସଭାପତି ତଥା ସମାଜ ସେବୀ କୁଳମଣି ସ୍ୱାଇଁ , ପର୍ବତନ ବ୍ଲକ୍ ଅଧ୍ୟକ୍ଷ ନିରଞ୍ଜନ ସାହୁ , ପ୍ରମୁଖ ଯୋଗଦେଇ ବସୁବାବୁଙ୍କ ଜୀବନ ଚର୍ଯ୍ୟା ଉପରେ ବିଶଦ ଭାବେ ଆଲୋଚନାକରି ତାଙ୍କ ସ୍ମୃତିପତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ମୁଖ୍ୟ ବକ୍ତା ଭାବେ ପଣ୍ଡିତ ପ୍ରଭାତ କୁମାର କର  ଯୋଗ ଦେଇ ବାସୁ ବାବୁଙ୍କୁ ଦ୍ଵୀପାଞ୍ଚଳ ମଣି ଭବେ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳୀ ବାଢ଼ି ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବଡଚଣା କଂଗ୍ରେସ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଶିକ୍ଷାବିତ୍ ନୃସିଂହ ଚରଣ ନାୟକ ବିଧାନ ଚନ୍ଦ୍ର ସାମଲ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର୍ ସାମଲ୍ ବିଳାଶ ଚନ୍ଦ୍ର ବାରିକ୍ ସାମ୍ବାଦିକ ଏକାଦଶୀ ସେଠୀ ପ୍ରମୁଖ ବୋହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ଗୁଣାବଳୀ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧା ନିବେଦନ କରିଥିଲେ , ପ୍ରାରମ୍ଭରେ ବିଦ୍ୟାଳୟରେ ସ୍ଥାପିତ ବାସୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ସମସ୍ତ ଅତିଥି ଓ ବିଶିଷ୍ଟ ବ୍ୟକ୍ତି ଓ ଜନ ସାଧାରଣ ମାଲ୍ୟାର୍ପଣ କରିଥିଲେ l ସ୍ଵାଗତ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ବିଦ୍ୟାଳୟର ଛାତ୍ରୀ ଗଣ , ସ୍ଵାଗତ ଭାଷଣ ଅତିଥି ପରିଚୟ ଦେଇଥିଲେ ବରିଷ୍ଟ ଶିକ୍ଷକ ଡ଼ ଅଜୟ କୁମାର ମହାପାତ୍ର ସଂପାଦକୀୟ ବିବରଣୀ ଉପସ୍ଥାପିତ କରିଥିଲେ ବାସୁଦେବ ସ୍ମୃତି ସଂସଦର ସମ୍ପାଦକ ଯଶୋବନ୍ତ ଲେଙ୍କା l ଏହି ଉତ୍ସବରେ ଆଦର୍ଶ ଅବସର ପ୍ରାପ୍ତ ଶିକ୍ଷକ ସୁବୋଧ କୁମାର୍ ସାମଲ, ଅବସର ପ୍ରାପ୍ତ ସରକାରୀ ଶିକ୍ଷକ ପଦ୍ମଚରଣ ରାଉତ୍, ମହାଦେଇପୁରର  ଆଦର୍ଶ କୃଷକ ଖତେଶ୍ୱର୍ ସାମଲ , ଖଡିଅଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ହାଇ ସ୍କୁଲ ଟପ୍ପର ସୁଶ୍ରୀ  ମିତାଲି ରୂପରେଖା ସାହୁଙ୍କୁ ମାନପତ୍ର ସାଲ୍ ଓ ପୁଷ୍ପଗୁଛ ଦିଆଯାଇ ବାସୁଦେବ ସ୍ମୃତି ସମ୍ମାନ ଅତିଥି ଗଣ ପ୍ରଦାନ କରିଥିଲେ , ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ବରିଷ୍ଟ ବାଳକ ବିଭାଗରେ ପ୍ରଦୁମ୍ନ କୁମାର୍ ଜେନା କନିଷ୍ଠ ବିଭାଗରେ ଦୀନବନ୍ଧୁ ସାହୁ, ବରିଷ୍ଟ ବାଳିକା ବିଭାଗରେ ସୁବର୍ଣ୍ଣ ସେଠୀ କନିଷ୍ଠ ବାଳିକା ବିଭାଗରେ ଜୀବିକା ସେଠୀଙ୍କୁ ଚମ୍ପିୟନ ଟ୍ରଫି ୨୦୨୩ ରେ ପ୍ରଦାନ କରାଯାଇଥିଲା ଏହା ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସଂସଦ ପକ୍ଷରୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଟ ଶିକ୍ଷକ ସୁରେଶ ଚନ୍ଦ୍ର ଖିଲାର୍ l

Leave a Reply

Your email address will not be published. Required fields are marked *