ଶିଶୁବିଦ୍ୟାମନ୍ଦିରରେ ଖେଳକୁଦ ସମାରୋହ ଅନୁଷ୍ଠିତ

ନିଆଳୀ, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)- କସର୍ଦା  ବଢିଆସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୪ତମବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଗୁରୁଜୀ ଶ୍ରୀଯୁକ୍ତ ଶକ୍ତି ପ୍ରକାଶ ଦାସଙ୍କ ଉପସ୍ଥିତିରେ ଉଦଘାଟନୀ ଦିବସରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଆର୍ତ୍ତତ୍ରାଣ ବାରିକ  ମୂଖ୍ୟଅତୀଥି ରୂପେ ଯୋଗଦେଇ ଏହିକାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶାରିରୀକ ପ୍ରମୂଖ ସୁବ୍ରତ ମହାପାତ୍ର ଓ ଖେଳକୁଦ ପ୍ରମୁଖ ଶ୍ରୀ ଶ୍ରିକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ୭୭୬ଜଣ ଶିଶୁଭାଇ ଭଉଣି ସ୍ୱତନ୍ତ୍ର,କନିଷ୍ଠ,ଶିଶୁ,ବାଲ,କିଶୋର ଆଦି ବର୍ଗରେ ବିଭିନ୍ନ କ୍ରୀଡା ରେ ଅଂଶଗ୍ରହଣ କରିଥିଲେ । ଉଦଯାପନ ଦିବସରେ ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ କୁମାର ମିଶ୍ର ଯୋଗଦାନକରି କୃତି କ୍ରୀଡାବିତମାନଙ୍କୁ ପୁରସ୍କୃତ କରିଥିଲେ । ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ମାତୃଭାରତୀର ସମସ୍ତ ଭାଇମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *