ରଘୁନାଥ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ନିରାକାରପୁର, ୨୦/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓଳସିଂହ ସ୍ଥିତ ରଘୁନାଥ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଅଧକ୍ଷ ସୁଧାଂଶୁ ଭୁଷଣ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ଖୋରଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ଗୁମାନସିଂ ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥି ଭାବେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିଶ୍ନା ମାନ୍ଧାତା ଓ ସମିତି ସଭ୍ୟ ନେତ୍ରାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀମାନଙ୍କ ଅନ୍ତନିହିତ ଗୁଣର ପରିପ୍ରକାଶ ହେଉଥିବା ସହିତ ଜନସାଧାରଣ ସଚେତନ ହେଉଛନ୍ତି ବୋଲି କହିଥିଲେ। ନବୀନ ଓଡ଼ିଶା ଯୁବ ଓଡ଼ିଶା ର ନୋଡାଲ ଅଫିସର ସୁରେନ୍ଦ୍ର କୁମାର ପ୍ରଧାନ ବିବରଣୀ ପାଠ କରିଥିଲେ। ଅଧ୍ୟାପକ କାଶୀନାଥ ବରାଳ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି କୁ ଅତିଥିମାନେ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *