ଓଡ଼ିଶା ସମାଚାର

ରାଷ୍ଟ୍ରୀୟ ଯୁବ ଦିବସରେ (ଏ.ବି.ଭି.ପି)ର ସାଇକେଲ ଶୋଭାଯାତ୍ରା

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ରାଷ୍ଟ୍ରୀୟ ଯୁବ ଦିବସରେ (ଏ.ବି.ଭି.ପି)ର ସାଇକେଲ ଶୋଭାଯାତ୍ରା

ରାଷ୍ଟ୍ରୀୟ ଯୁବ ଦିବସରେ (ଏ.ବି.ଭି.ପି)ର ସାଇକେଲ ଶୋଭାଯାତ୍ରା
January 12
20:55 2018

ଭୁବନେଶ୍ୱର,୧୨/୦୧/୨୦୧୮ (ଓଡ଼ିଶା ସମାଚାର)-ରାଷ୍ଟ୍ରିୟ ଯୁବ ଦିବସ (ବିବେକାନନ୍ଦଙ୍କ ଜନ୍ମଦିନ)ଅବସରରେ ଆଜି ଭୁବନେଶ୍ୱରରେ ଏବିଭିପି ତରଫରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି ।ଏହି ଅବସରରେ ବିଦ୍ୟାର୍ଥି ପରିଷଦର କାର୍ଯ୍ୟକର୍ତା ମାନେ ସାଇକେଲ ଶୋଭାଯାତ୍ରାକୁ ଉକôଳ ବିଶ୍ୱବିଦ୍ୟାଳୟର ଠାରୁ ଆରମ୍ଭ ହୋଇଥିଲା  ଏବଂ କଳିଙ୍ଗ ଷ୍ଟାଡିୟମ ଠାରେ ଥିବା ବିବେକାନନ୍ଦଙ୍କ ପ୍ରତିମୁର୍ତି ପାଖରେ ଶେଷ ହୋଇଥିଲା । ABVP 1

କାର୍ଯ୍ୟକର୍ତା ମାନେ ବିବେକାନନ୍ଦଙ୍କ ପ୍ରତିମୁର୍ତିରେ ପୁଷ୍ପାଲ୍ୟର୍ପଣ କରି ବିବେକାନନ୍ଦଙ୍କର କୃତିତ୍ୱ ଏବଂ ପ୍ରତିଭା ଉପରେ ଆଲୋଚନା କରିଥିଲେ ।ଏହି ଯୁବ ଦିବସ ଅବସରରେ ଭୁବନେଶ୍ୱର ମହାନିଗମରେ ଥିବା ୩ ଟି ବିଶ୍ୱବିଦ୍ୟାଳୟ ଏବଂ ୮ ଟି ମହାବିଦ୍ୟାଳୟରେ ଖୁବ୍ ଅଡମ୍ବରରେ ରାଷ୍ଟ୍ରିୟ ଯୁବ ଦିବସକୁ ପାଳନ କରିଥିଲେ ।ଏଥିରେ ପ୍ରାୟ ୮୦ ଟି ସାଇକେଲର ଆୟୋଜନ କରାଯାଇଥିଲା । ଶୋଭାଯାତ୍ରା ପ୍ରାୟ ୧୨ ଟାରୁ ଆରମ୍ଭ ହୋଇ ୨ ଟା ରେ ଶେଷ ହୋଇଥିଲା । ଏଥିରେ ରାଷ୍ଟ୍ରିୟ ସମ୍ପାଦକ ଅଭିଳାଷ ପଣ୍ଡା, ମହାନଗର ଉପସଭାପତି ପ୍ରଭୁଦତ ସାମଲ , ରାଜ୍ୟ ଉପସଭାପତି ସ୍ମୃତି ରଂଜନ ବିଶ୍ୱାଳ , ରାଜ୍ୟ ସହ ସମ୍ପାଦକ ପ୍ରସାନ୍ତ ପାଇକରାୟ  , ମହାନଗର ସମ୍ପାଦକ ସଂଜୟ ମଲ୍ଲିକ,ମହାନଗର ସହ ସମ୍ପାଦକ ଅମିତ ସାହୁ,ବାଣୀ ବିହାର ମହାନଗର ସମ୍ପାଦକ ରତନ ଦିଗଲ, ରାଜଧାନୀ ମହାନଗର ସମ୍ପାଦକ ହରମୋହନ ବେହେରା,ଚନ୍ଦ୍ର ଶେଖର ମହାନଗର ସମ୍ପାଦକ ଦିପକ ସ୍ୱାଇଁ, ବିଜେବି ମହାନଗର ସମ୍ପାଦକ ଦେବାଶିସ୍ ପ୍ରଧାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ଏବଂ କାର୍ଯ୍ୟକର୍ତା ମାନେ ପରଷ୍ପର ସହିତ ବିବେକାନନ୍ଦଙ୍କ ଆତ୍ମଜୀବନୀ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

ABVP 2

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 × 4 =