ଓଡ଼ିଶା ସମାଚାର

ଦୁଇଦିନିଆ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ସମ୍ମିଳନୀ ଉଦ୍ୟାପିତ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ଦୁଇଦିନିଆ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ସମ୍ମିଳନୀ ଉଦ୍ୟାପିତ

January 12
17:58 2018

Health
  ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୨/୦୧/୨୦୧୮ (ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ଗତ କାଲିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ସମ୍ମିଳନୀ ଆଜି ଉଦ୍ୟାପିତ ହୋଇଛି । ସମ୍ମିଳନୀରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୂଖୀ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ବିଭିନ୍ନ ଜନହିତକାରୀ ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମ ଗୁଡିକର ସଫଳ କାର୍ଯ୍ୟକାରିତା ଦିଗରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନେ ଯତ୍ନବାନ ହେବାକୁ ଏବଂ ତଦାରଖ ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ କୁହାଯାଇଛି ।
ଆଜି ୨ୟ ଦିନରେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ନିଦାନ , ସହାୟ , ଆମ କ୍ଲିନିକ୍ , ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆନୁସଂଗୀକ ବ୍ୟବସ୍ଥା ସମୂହର ସୁଦୃଢୀକରଣ , ଜାତୀୟ ଭେକ୍ଟରବାହୀତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ , ମାନସିକ ସ୍ୱାସ୍ଥ୍ୟ , ଜାତୀୟ ପରିବର୍ତିତ ଯକ୍ଷ୍ମା ନିୟନ୍ତ୍ରଣ , ସୁରକ୍ଷିତ ରକ୍ତଯୋଗାଣ , ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନର ଅଗ୍ରଗତି , କୁଷ୍ଠ ନିରାକରଣ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ ମାଗଣା ରୋଗ ନିରୂପଣ( ନିଦାନ ) , ମାଗଣା ଡାଏଲେସିସ ( ସହାୟ ), ସ୍ୱାସ୍ଥ୍ୟ ସହାୟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା ସମୂହର ସୁଦୃଢୀକରଣ ଏବଂ ସଫଳକାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ ।
ଗତକାଲି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ପ୍ରାଥମିକତା , ଟ୍ରାମାକେୟାର ୟୁନିଟ୍ଗୁଡିକୁ କାର୍ଯ୍ୟକ୍ଷ୍ୟମ କରାଯିବା , ଜିଲ୍ଲା ମିନେରାଲ ପାଂଣ୍ଠିର ଉପଯୋଗ , ଖାଲିଥିବା ପଦବି ପୁରଣ , ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ପରିମଳ ବ୍ୟବସ୍ଥା , ନିରାମୟ ଯୋଜନାର ସଫଳତା , ନିର୍ମାଣାଧିନ ପ୍ରକଳ୍ପଗୁଡିକର ତଦାରଖ , ଡାକ୍ତରଖାନାଗୁଡିକର ପ୍ରଶାସନିକ ବ୍ୟବସ୍ଥା ଓ ସୁପରିଚାଳନା , ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟସମ୍ପାଦାନ କରିବା ଆଦି ନେଇ ଆଲୋଚନା ହୋଇଥିଲା ।
ଏହି ଅବସରରେ ଆଜି ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ରିପୋର୍ଟ , ଫାକ୍ଟସିଟ୍  ଓଡିଶା-୨୦୧୬-୧୭ ( ଗାଟ୍ସ୍-୨)କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ଉନ୍ମୋଚନ କରିଥିଲେ । ରାଜ୍ୟରେ ଧୂମପାନ ଓ ତମାଖୁ ବ୍ୟବହାର ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି । ପ୍ରକାଶ ଥାଉକି ରାଜ୍ୟର ୩୦ ଟି ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ତରରେ ଜନସଚେତନତା ସୃଷ୍ଟି  କରାଯିବା ସହିତ ସଂପୃକ୍ତ ପଦାଧିକାରୀମାନଙ୍କ ତାଲିମ୍ ଏବଂ ଏ ସଂପର୍କିତ ଆଇନର କଡାକଡି କାର୍ଯ୍ୟକାରି ହେବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହି ଉନ୍ମୋଚନ ସମୟରେ ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ , ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ ଡାଃ ବ୍ରଜକିଶୋର ବ୍ରହ୍ମା , ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଡାଃ ଜେ.କେ.ତ୍ରିପାଠୀ ଏବଂ ମୁମ୍ବାଇ ସ୍ଥିତ ଟାଟା ସମାଜ ବିଜ୍ଞାନ ପ୍ରତିଷ୍ଠାନ ପ୍ରଫେସର ସୁଲଭ ପର୍ଶୁରାମନ୍ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

15 + twelve =