ଓଡ଼ିଶା ସମାଚାର

ମୁଣ୍ଡଳୀ, କଟକ, ଓଡିଶା ଠାରେ ବିଏସଏନ୍ଏଲ୍ ଗ୍ରାମୀଣ ୱାଇ-ଫାଇ ହଟ୍ସ୍ପଟ୍

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ମୁଣ୍ଡଳୀ, କଟକ, ଓଡିଶା ଠାରେ ବିଏସଏନ୍ଏଲ୍ ଗ୍ରାମୀଣ ୱାଇ-ଫାଇ ହଟ୍ସ୍ପଟ୍

January 12
16:48 2018

BSNL
ଭୁବନେଶ୍ୱର,୧୨/୦୧/୨୦୧୮ (ଓଡ଼ିଶା ସମାଚାର)- ଶ୍ରୀ ସଦ୍ୟାନନ୍ଦ ନାୟକ, ମାନନୀୟ ମୁଖ୍ୟ ମହାପ୍ରବନ୍ଧକ ଦୂରସଂଚାର, ଭାରତ ସଂଚାର ନିଗମ ଲିମିଟେଡ୍, ଭାରତ ସରକାର, ଓଡିଶା ଟେଲିକମ୍ ସର୍କଲ୧୦ ଜାନୁଆରୀ ୨୦୧୮ରେ କଟକ ଦୂରସଂଚାର ଜିଲ୍ଲା ଅଧିନରେ ଥିବା ମୁଣ୍ଡଳୀ ଟେଲିଫୋନ ଏକ୍ସଚେଞ୍ଜ, ଏନ୍ଡିଆର୍ଏଫ୍ କ୍ୟାମ୍ପସ, ମୁଣ୍ଡଳୀ ଠାରେ ବିଏସ୍ଏନ୍ଏଲ୍ ଦ୍ୱାରା ତିଆରି ହୋଇଥିବା ଗ୍ରାମୀଣ ୱାଇଫାଇ ହଟ୍ସ୍ପଟ୍ର ଉଦ୍ଘାଟନ କରିଛନ୍ତି । ଗ୍ରାମୀଣ ୱାଇଫାଇ ହଟ୍ସ୍ପଟ୍ ୟୁଏସ୍ଓଏଫ୍, ଭାରତ ସରକାର ଦ୍ୱାରା ବିତ ପୋଷିତ ହୋଇଥାଏ । ଏହି ଅବସରରେ ଏନ୍ଡିଆର୍ଏଫ କମାଣ୍ଡାଂଟ ଶ୍ରୀ ଜାକୋବ କିସ୍ପୋତା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଶ୍ରୀ ଡି.କେ. ବେହେରା, ଜିଏମ୍ଟିଡି କଟକ ଏବଂ ବିଏସ୍ଏନ୍ଏଲ୍ର ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ବିଏସ୍ଏନ୍ଏଲ୍ ଅପ୍ଟିକାଲ ଫାଇବର ବ୍ୟାକବୋନ ସହିତ ୨୪ଟି ସ୍ଥାନରେ ଗ୍ରାମୀଣ ୱାଇଫାଇ ହଟ୍ସ୍ପଟ୍ ତିଆରି କରି ସାରିଛି ଯେଉଁଥିରେ ଆରଡି, ବାଳଗୋପାଳପୁର, ଚନ୍ଦନେଶ୍ୱର, ଗୁମ୍ମା, ମୋହନା, ରୁଗ୍ଡା, ବୋରିଗୁମା, କଲିମେଳା, ଗୁଡାରୀ, ପାପଡାହାଣ୍ଡି, କୋଇରା, ବରସୁଆଁ, ଗୁରୁଣ୍ଡା, ବୋନାଇଗଡ, ଲେଫି୍ରପଡା, ବାଲିଶଙ୍କର, ବାଲିଙ୍ଗା, କୁର୍ତା, ବିର୍ଶା, ଭଟ୍ଲି, କୁଳାବେରିଆ, ଲୋଇଡା, ଜାମାଙ୍କିରା ଏବଂ ବାମ୍ରା ଯାହାକି ବିଏସ୍ଏନ୍ଏଲ୍ର ସ୍ୱଦେଶୀ କଳା ଏମ୍ପିଏଲ୍ଏସ୍ ନେଟୱାର୍କ ଜରିଆରେ ୨ ଏମବିପିଏସ୍ ପର୍ଯ୍ୟନ୍ତ ବ୍ୟାକ୍ହଲ ବ୍ରଡବ୍ୟାଣ୍ଡ ବ୍ୟାଣ୍ଡଉଇଡ୍ଥ ପ୍ରଦାନ କରିପାରିବ । ବିଏସ୍ଏନ୍ଏଲ୍ ଉପରୋକ୍ତ ସ୍ଥାନ ଗୁଡିକରେ ୨୪ ଘଂଟିିଆ ମାଗଣା ୱାଇଫାଇ ସେବା ପ୍ରଦାନ କରିବ ଏବଂ ଜଣେ ଏହି ସ୍ଥାନଗୁଡିକରେ ୪ ଜିବି ଡାଟା ପର୍ଯ୍ୟନ୍ତ ମାଗଣାରେ ଡାଉନଲୋଡ କରିପାରିବେ । ନିଃଶୁଳ୍କ ଉପଯୋଗୀ ସୀମାପ୍ତ ହେଲାପରେ, ଗ୍ରାହକ ଶୁଳ୍କ ଆଧାରରେ ସେବାର ଉପଯୋଗ ଜାରି ରଖିପାରିବେ ଯାହାପାଇଁ ସଦସ୍ୟତା ଯୋଜନା ଗୁଡିକ ଉପଲବ୍ଧ ଅଛି । ଏହି ୱାଇଫାଇ ସୁବିଧା ଗୁଡିକର ବିଏସ୍ଏନ୍ଏଲ୍ ଏବଂ ଏନ୍ବିଏସ୍ଏଲ୍ ମୋବାଇଲ୍ର ଉଭୟ ମୋବାଇଲ୍ ଓ ବ୍ରଡବ୍ୟାଣ୍ଡ ଗ୍ରାହକମାନେ ଲାଭ ଉଠାଇ ପାରିବେ । ୟୁଏସ୍ଓଏଫ୍ ଫଣ୍ଡ ପରିଯୋଜନା ଅଧିନରେ ବିଏସ୍ଏନ୍ଏଲ୍ ଗ୍ରାମୀଣ ଓଡିଶାରେ ସମୁଦାୟ ୮୦୧ଟି ୱାଇଫାଇ ହଟ୍ସ୍ପଟ୍ର ସ୍ଥାପନ କରିବା ପାଇଁ ଯୋଜନା କରୁଛି । ବିଏସ୍ଏନ୍ଏଲ୍ ଓଡିଶାର ମହତ୍ୱପୂର୍ଣ୍ଣ ସ୍ଥାନ ଯେପରିକି ଭୁବନେଶ୍ୱର, ପୁରୀ, କୋଣାର୍କ ଇତ୍ୟାଦି ସ୍ଥାନରେ ସହରୀ ୱାଇଫାଇ ବ୍ୟବସ୍ଥାର ବିସ୍ତାର କରିଅଛି । ଏହି ସ୍ଥାନଗୁଡିକରେ ବିଏସ୍ଏନ୍ଏଲ୍ ୨୪ ଘଂଟାକୁ ୧୦୦ ଏମ୍ବି(ମାସକୁ ତିନିଥର ଯାହା ଆଗନ୍ତୁକମାନେ ବହୁବାର ବ୍ୟବହାର କରିପାରିବେ) ମୁକ୍ତ ୱାଇଫାଇ ସେବା ପ୍ରଦାନ କରୁଅଛି । ନିଃଶୁଳ୍କ ଉପଯୋଗ ସୀମା ସମାପ୍ତ ହେଲାପରେ, ଗ୍ରାହକ ଶୁଳ୍କ ଆଧାରରେ ସେବାର ଉପଯୋଗ ଜାରି ରଖିପାରିବେ ଯାହାପାଇଁ ସଦସ୍ୟତା ଯୋଜନାଗୁଡିକ ଉପଲବ୍ଧ ଅଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 + ten =