ଓଡ଼ିଶା ସମାଚାର

ଦିବ୍ୟ ସନ୍ଦେଶ ପୁସ୍ତକ ଉନ୍ମୋଚିତ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ଦିବ୍ୟ ସନ୍ଦେଶ ପୁସ୍ତକ ଉନ୍ମୋଚିତ

January 12
10:45 2018

Dibya Sandesh Book Released
ଭୁବନେଶ୍ୱର, ୧୨/୦୧/୨୦୧୮ (ଓଡ଼ିଶା ସମାଚାର)- ରଜନୀଶଙ୍କ ଆଧ୍ୟାତ୍ମିକ ସାହିତ୍ୟ ଦର୍ଶନ ମାନବ ସମାଜର କୃତୀ ସାଧନ ପାଇଁ ଉଦ୍ଧିଷ୍ଟ  । ଦିବ୍ୟ ସନ୍ଦେଶ ପୁସ୍ତକକୁ ଉନ୍ମୋଚନ କରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି  । ଗୁରୁବାର ପୂର୍ବାହ୍ଣରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ  ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ ଯେ, ପଦଶ ଶତାବ୍ଦୀରୁ ଓଡ଼ିଶାରେ ଧର୍ମ, ସାହିତ୍ୟ, ଆଧ୍ୟାତ୍ମିକ ସାହିତ୍ୟ  ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା  । ଜୀବନର ତ୍ୱକୁ ଅଧ୍ୟୟନ କରିପାରିଲେ ଏବଂ ଆତ୍ମାକୁ ନିବିଡ଼ ଭାବେ ଭଲ ପାଇଲେ  ଏହା ସମ୍ଭବ ଓ ସାକାର ହୋଇପାରିବ  । ବୋଧଗମ୍ୟତା ଭିତରେ ଅମର ଆତ୍ମାକୁ ଏହା ସ୍ପର୍ଶ କରିବ  । ଦିବ୍ୟ ସନ୍ଦେଶ ପୁସ୍ତକର ଲେଖକ ରମେଶ ଚନ୍ଦ୍ର ଶରଣ ଅତ୍ୟନ୍ତ ସାବଲୀଳ ଭାଷାରେ ଏହାକୁ ରଚନା କରିଥିବାରୁ ସେ ଅଭିନନ୍ଦନୀୟ ବୋଲି ଶ୍ରୀ ମିଶ୍ର କହିଥିଲେ  । ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଲେଯେ, ଆଧ୍ୟାତ୍ମିକ ଭାରତରେ ଗୁରୁ ରଜନୀଶଙ୍କ ଦାର୍ଶନିକ ତତ୍ୱ ସାଧନା ବେଶ୍ ରକ୍ଷଣୀୟ  । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଲେଖକ ଶ୍ରୀ ଶରଣ କହିଥିଲେ ଯେ, ଏହି ପୁସ୍ତକରେ ରଜନୀଶଙ୍କ ଭାବଧାରା ରୂପାୟିତ ହୋଇଛି  । ସାପ୍ତାହିକ ସମ୍ବାଦପତ୍ର  ‘ଉନ୍ନତିପଥେ’ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ,ପଣ୍ଡିତ ନରସିଂହ ଜେନା, ହଟ୍ଟକିଶୋର ପାଇକରା, ଭାସ୍କର ପଟ୍ଟନାୟକ, ଚାରୁବାଳା ସେନାପତି, ରମାକାନ୍ତ ଜେନା ଓ ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ  । ଶେଷରେ ଶ୍ରୀମତୀ ଶରଣ ଧନ୍ୟବାଦ ଅର୍ପଣ କରିଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × 2 =