ଓଡ଼ିଶା ସମାଚାର

ଅନୁଗୁଳ ପୌର ଉପାଧ୍ୟକ୍ଷାଙ୍କ ସହ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ଅନୁଗୁଳ ପୌର ଉପାଧ୍ୟକ୍ଷାଙ୍କ ସହ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

January 12
10:09 2018

Joining News Photo (3)
ଭୁବନେଶ୍ୱର, ୧୨/୦୧/୨୦୧୮ (ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଅନୁଗୁଳ ମୁ୍ୟନିସିପାଲଟି ଉପାଧ୍ୟକ୍ଷା ରାମପତି ମାଣ୍ଡୋଥିଆଙ୍କ ସହ ପୂର୍ବତନ କାଉନସିଲର ରଞ୍ଜିତ ମାଣ୍ଡୋଥିଆ, ଭୀମସେନ ମାଣ୍ଡୋଥିଆ, ସଂଖ୍ୟାଲଘୁ ସଂପ୍ରଦାୟ ନେତା ସୟଦ ଅନୱର ଅଲ୍ଲୀ, ଶେଖ ଅବଦୁଲ ସମ୍ମଦ, ଅବଦୁଲ ମୋହିଦ, ସୟଦ ସୌକତ ଅଲ୍ଲୀ, ବାବାଜୀ ବେଜ, ଶରତ ଦଳାଇ, ସନ୍ତୋଷ ବେଜ, ସୂର୍ଯ୍ୟକାନ୍ତ ଦଳାଇ, ସୁଶାନ୍ତ ପରିଡ଼ା, ଦୁଃଖି ବଲିୟାର ଅନୁଗୁଳ ବିଧାୟକ ତଥା ଜିଲ୍ଲା ସଭାପତି ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ।
ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିôବା ସମସ୍ତ କଂଗ୍ରେସ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଏହି ଯୋଗଦାନ ଫଳରେ ଅନୁଗୁଳ ପୌରାଂଚଳରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ନବୀନ ନିବାସରେ ଅନୁଷ୍ଠିତ ଏହି ମିଶ୍ରଣ ସମୟରେ ଯୁବ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ସୁଜିତ ପ୍ରସାଦ ଦ୍ୱିବେଦୀ, ଯୁବ ବିଜେଡି ଜିଲ୍ଲା ସଂପାଦକ ସରୋଜ କୁମାର ନାଏକ, ଅନୁଗୁଳ ନିର୍ବାଚନ ମଣ୍ଡଳୀସ୍ତରୀୟ ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀ, ନଗର ସଭାପତି ବିଶ୍ୱରଞ୍ଜନ ସାହୁ, ପୂର୍ବତନ ଜିଲ୍ଲା ଯୁବ ସଭାପତି ତପନ କୁମାର ତ୍ରିପାଠୀ, ପଙ୍କଜ ଖଟୁଆ, କାଉନସିଲର ସତ୍ୟାନନ୍ଦ ଦଳବେହେରା, ଉଲ୍ଲାସ ସାହୁ, ଗୀତାଞ୍ଜଳି ସ୍ୱାଇଁ, ଭାବଗ୍ରାହୀ ଦେହୁରୀ, ସୁନୀଲ କୁମାର ସାହୁ, ପ୍ରିୟଦର୍ଶୀନି ମନ୍ତ୍ରୀ, ତାପସ ରଞ୍ଜନ ନାୟକ, ପୂର୍ବତନ କାଉନସିଲର ସଦାନନ୍ଦ ପଣ୍ଡା, ବିଜେଡି ନେତା ମନୋଜ କୁମାର ସାହୁ, ହେମ ଜେନା, ବୃନ୍ଦାବନ ସ୍ୱାଇଁ, ନାରାୟଣ କୁମାର ସାହୁ, ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

9 + twelve =