ଓଡ଼ିଶା ସମାଚାର

ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର

ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର

April 24
21:22 2017

 ଭୁବନେଶ୍ୱର, ୨୪/୦୪/୨୦୧୭(ଓଡ଼ିଶା ସମାଚାର) –‘ଇଣ୍ଡିଆ ଟୁଡେ’ ଗ୍ରୁପ ପକ୍ଷରୁ ଜାତୀୟସ୍ତରରେ ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ମିଳିବ । ଓଡ଼ିଶାର ଗୋପାଳପୁରକୁ ବେଳାଭୂମି ଓ ଉପକୂଳ ପର୍ଯ୍ୟାୟରେ ପ୍ରଥମ ରନର୍ସ ଅପ ପୁରସ୍କାର ପାଇଁ ମନୋନୀତ କରାଯାଇଛି ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କୁ ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିବାକୁ ‘ଇଣ୍ଡିଆ ଟୁଡେ’ ଗ୍ରୁପର ପ୍ରକାଶନ ସଂସ୍ଥାର ନିର୍ଦେଶକ ରାଜ ଚେଙ୍ଗାପ୍ପା ଏହି ମର୍ମରେ ଏକ ପତ୍ର ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ‘ଇଣ୍ଡିଆ ଟୁଡେ’ ଗ୍ରୁପ ଦେଶରେ ପ୍ରଥମଥର ପାଇଁ ପର୍ଯ୍ୟଟନ ଉପରେ ଏକ ସର୍ବଭାରତୀୟ ମନୋନୟନ ପ୍ରକ୍ରିୟା ଆରମ୍ଭ କରିଥିଲେ । ବିଭିନ୍ନ ରାଜ୍ୟର ବହୁ ସଂଖ୍ୟକ ପର୍ଯ୍ୟଟନସ୍ଥଳୀକୁ ନେଇ ମନୋନୟନ କରିବାକୁ ଭୋଟ ଗ୍ରହଣ କରାଯାଇଥିଲା । ମଲଟିମିଡ଼ିଆ ପ୍ରଦର୍ଶନ କ୍ରମେ ସାରା ଦେଶର ପାଠକପାଠିକାମାନଙ୍କଠାରୁ ଭୋଟ ଗ୍ରହଣ କରାଯାଇଥିଲା । ଚୂଡ଼ାନ୍ତ ପର୍ଯ୍ୟାୟ ପରେ ଓଡ଼ିଶାର ଗୋପାଳପୁର ବେଳାଭୂମି ଓ ଊପକୂଳ ପର୍ଯ୍ୟାୟରେ ପ୍ରଥମ ରନର୍ସ ଅପ ପୁରସ୍କାର ପାଇବାକୁ ବିବେଚିତ ହୋଇଛି । ଦିଲ୍ଲୀସ୍ଥିତ ଲଳିତ ହୋଟେଲରେ ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ପ୍ରଦାନ ସମାରୋହ ଅନୁଷ୍ଠିତ ହେବ ଏବଂ ଏଥିରେ ମନ୍ତ୍ରୀ ଶ୍ରୀ ପଣ୍ଡା ଯୋଗଦେବାକୁ ଅନୁରୋଧ କରାଯାଇଛି । ଓଡ଼ିଶା ପର୍ଯ୍ୟଟନର ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 − 13 =