ଓଡ଼ିଶା ସମାଚାର

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

January 11
20:37 2018

ଘଟଗାଁ,୧୧/୦୧/୨୦୧୮(ଓଡିଶା ସମାଚାର) -ଘଟଗାଁର ସରକାରୀ ଓ ବେସରକାରୀ ଲୋକଙ୍କୁ ନେଇ ଗଠିତ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ  ବ୍ଲକ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । । ଏବିଡିଓ ବିଚିତ୍ର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ ପୋଲିସ ଏସଆଇ ତ୍ରିନାଥ ସେଠୀ,ଜିପିଇଓ ଚିତରଂଜନ ନାୟକ,ଏବିଇଓ ସନାତନ ରାଉତ,ଅବସର ପ୍ରାପ୍ତ ଶିକ୍ଷା ନିରୀକ୍ଷକ ରମେଶ ରାଉତ,ସମାଜସେବୀ ପଦ୍ମଲୋଚନ ବଳ,ଅଲ୍ଲି ଅହମ୍ମଦ,ଗଣେଶ୍ୱର ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ,ବରିଷ୍ଟ ନାଗରିକ,ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସାଧାରଣତନ୍ତ୍ର ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ମତ ରଖିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଉକ୍ତ ଦିବସର ପ୍ରତୁ୍ୟଷରୁ ରାମଧୁନ ପରିବେଷଣ,ଛାତ୍ରଛାତ୍ରୀଙ୍କ ପ୍ରଭାତ ଫେରି,ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ,ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ,ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ,ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ,ମିଷ୍ଠାନ୍ନ ବଂଟନ,ସ୍ଥାନୀୟ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ କରାଯିବ । ଶେଷରେ ଶିକ୍ଷକ ରୋହିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।   ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

17 − 4 =