Something went wrong with the connection!

ଓଡ଼ିଶା ସମାଚାର

ଛପଡ଼ାରେ ଧାନ ମଣ୍ଡି ଉଦଘାଟିତ

 Current News

ଛପଡ଼ାରେ ଧାନ ମଣ୍ଡି ଉଦଘାଟିତ

January 11
20:19 2018
Share this...
Share on Facebook0Share on Google+0Tweet about this on TwitterShare on LinkedIn1

Chapada Dhana Mandi
ତାରପୁର, ୧୧/୦୧/୨୦୧୮(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଛପଡ଼ା ପଂଚାୟତ ରେ ଛପଡ଼ା ସେବା ସମବାୟ ସମିତି  ଅଧିନରେ ଧାନ ମଣ୍ଡି ଖୋଲାଯାଇଛି ।  ସମିତିର ସଭାପତି  ପ୍ରମୋଦ କୁମାର ମହାନ୍ତିି , ସମ୍ପାଦକ  ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସହ ସମ୍ପାଦକ ସନ୍ତୋଷ କୁମାର ପାତ୍ର , ଉପସଭାପତି ମାଳତି ପାତ୍ର , ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ , ସମିତି ସଭ୍ୟା କାଦମ୍ବିନୀ ସ୍ୱାଇଁଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିବା ମଣ୍ଡିରେ ବିଦ୍ୟାଧରପୁର,ଏରଡ଼ଙ୍ଗା,ଛପଡ଼ା ପଂଚାୟତ ର ଚାଷୀମାନେ ଉପକୃତ ହେବାକୁ ଥିବାବେଳେ ସମୁଦାୟ ୧୨,୭୯୬ କୁଇଂଟାଲ ଧାନ  ଧରାଯିବାକ୍ୁ ଲକ୍ଷ ରଖାଯାଇଛି ।  ୩୪୪ ଜଣ ଚାଷୀ ପଂଜୀକୃତ ହୋଇଥିବାବେଳେ ପ୍ରଥମ ଦଫାରେ ୩୭୬୨ କୁଇଂଟାଲ ଧରାଯିବ ।  ବରଗଡ଼ ମହାରାଜା ଫୁଡ଼ ପ୍ରଡ଼କ୍ଟ ଏଠାରୁ ଧାନ ଉଠାଇବା ପାଇଁ ଚୁକ୍ତିବଦ୍ଧ ହୋଇଥିବାବେଳେ ଗ୍ରେଡ଼ ଏ ଧାନର ମୂଲ୍ୟ ୧୫୯୦ ଓ ସାଧାରଣ ଧାନର ମୂଲ୍ୟ ୧୫୫୦ ଟଙ୍କା ସ୍ଥିର ହୋଇଛି ।  ସପ୍ତାହର ପ୍ରତ୍ୟେକ ସୋମବାର ଧାନ ଧରାଯିବାକୁ ଥିବାବେଳେ  ଏହାର ପୂର୍ବ ଦିନ ମାନଙ୍କରେ ଚାଷୀମାନେ ଟୋକନ ସଂଗ୍ରହ କରିବେ ।  ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ସ୍ଥାନୀୟ ଆରଆଇ ଗୋବିନ୍ଦ ବିନ୍ଧାଣି, ଗ୍ରାମ ସେବକ ଅମିୟ ପରିଜା , ପଂଚାୟତ କାର୍ଯ୍ୟ ନିର୍ବାହୀ ରାଜୀବ ଲୋଚନ ପୃଷ୍ଟି , ସିଇଓ ଭକ୍ତବତ୍ସଳ ସାହୁ , ସମବାୟ ବ୍ୟାଙ୍କ ମ୍ୟାନେଜର ଚିତରଂଜନ ସାହୁ , ସୁପର ଭାଇଜର ଅଚ୍ୟୁତାନନ୍ଦ ବେହେରାଙ୍କ ସମେତ କ୍ରୟ କମିଟି ତରଫରୁ ନିତ୍ୟାନନ୍ଦ ପାତ୍ର , ଦୀପ୍ତିକାନ୍ତ ଜେନା, ପ୍ରଦୀପ୍ତ ବିଶ୍ୱାଳ,ସୁବାସ ରାଟ ସିଂହ, ଭକ୍ତବତ୍ସଳ ବେହେରା,  ବୋର୍ଡ଼ ମେମ୍ବର ଦେବବ୍ରତ ତ୍ରିପାଠୀ, ସୁମନ୍ତ କୁମାର ଜେନା,ଭୁବନାନନ୍ଦ ଦାସ,  ପ୍ରଭାତ କୁମାର ମିଶ୍ର,ଗୋଲକ ଚନ୍ଦ୍ର ଜେନା , ମନୋରଂଜନ ଜେନା, ସୁକାନ୍ତ କୁମାର ସ୍ୱାଇଁ, ଗୌରାଙ୍ଗ ପରିଡ଼ା, ସତ୍ୟଭାମା ଦାସ,ସନାତନ କାଣ୍ଡି,ପ୍ରହଲାଦ ନାୟକ,ଭାସ୍କର ନାୟକ,ସମାଜସେବୀ ଦିଲିପ ସ୍ୱାଇଁ, ରଘୁନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

6 − 3 =

Polls

Sorry, there are no polls available at the moment.