ଓଡ଼ିଶା ସମାଚାର

ଦୁଇଦିନିଆ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ଦୁଇଦିନିଆ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ

ଦୁଇଦିନିଆ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ
January 11
16:11 2018

ରୋଗୀ କୈନ୍ଦ୍ରିକ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୧୧/୦୧/୨୦୧୮ (ଓଡ଼ିଶା ସମାଚାର)- ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କର ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଗୀ କୈନ୍ଦ୍ରିକ ଓ ନିରବଚ୍ଛିନ୍ନ ସେବା ଯୋଗାଇ ଦେବା ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ଆଣି ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ପ୍ରୟାସ ଜାରି ରହିଛି । ଆମର ଅନେକ ସମସ୍ୟା ରହିଛି , ହେଲେ ସେହି ସବୁ ସମସ୍ୟାର ସମାଧାନ କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଆମର ପରମ କର୍ତବ୍ୟ । ସେଥି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ।
ନିରାମୟ ଯୋଜନା ସଂପର୍କରେ ଉଲ୍ଲେ କରି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ସରକାର ରୋଗୀଙ୍କୁ ବିନାମୂଲ୍ୟରେ ଔଷଧ ଯୋଗାଇ ଦେବା ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏ ନେଇ ବିଭିନ୍ନ ସମସୟରେ ଆସୁଥିବା ଅଭିଯୋଗ ପ୍ରତି ସଚେତନ ରହିବା ଏବଂ ଏହା କିପରି ଭାବରେ ସୁପରିଚାଳିତ ହୋଇପାରିବ ଏବଂ ରୋଗୀ ଉପକୃତ ହେବେ , ସେ ଦିଗରେ ଧ୍ୟାନ ଦେବା ସହିତ ଗାଇଡ ଲାଇନ୍ ଅନୁଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । କୌଣସି ରୋଗୀ ଯେପରି ନିରାମୟରେ ଔଷଧ ପାଇବାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ନିରାମୟ ବିତରଣ କେନ୍ଦ୍ରମାନଙ୍କରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ଫୋନ ନମ୍ବର ଲେଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ଯଦି କୌଣସି ରୋଗୀ ସେହି କେନ୍ଦ୍ରରେ ଔଷଧ ପାଇବା ଦିଗରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅଅନ୍ତି ତାଙ୍କୁ ଜଣାଇଲେ ତୁରନ୍ତ ପ୍ରତିକାର କରିବାକୁ କୁହାଯାଇଛି ।Health 1
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ସରକାର କେତେକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ସହାୟ , ନିଦାନ , ଆମ-କ୍ଲିନିକ୍ ଭଳି ଯୋଜନାର ସଫଳତା ଦିଗରେ ଯତ୍ନବାନ ହେବାକୁ ପଡିବ । ସ୍ୱାସ୍ଥ୍ୟସେବା ହେଉଛି ଏକ ମୌଳିକ ଅତ୍ୟାବଶ୍ୟକୀୟ ସେବା । ଏଥିରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯାଇ ନପାରେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଲକାମ କରି ଆମେ ସର୍ବଭାରତୀୟ ସ୍ତରରେ ପ୍ରଶଂସନୀୟ ହୋଇଛେ । ତଥାପି ଆମକୁ ଆହୁରି ଅଧିକ ଭଲକାର୍ଯ୍ୟ କରିବାକୁ ପଡିବ । ସେ ନେଇ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ସମେତ ସମସ୍ତ ଡାକ୍ତର ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଆନ୍ତରିକତାର ସହ କାର୍ଯ୍ୟକରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟା ସଂପର୍କରେ ଆମେ ସଚେତନ ଅଛୁ । ସେହି ସବୁ ସମସ୍ୟା ଗୁଡିକର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ସେଥି ପାଇଁ ସମସ୍ତଙ୍କର ସହେଯାଗ ଆବଶ୍ୟକ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅର୍ଥର କୌଣସି ପ୍ରକାର ଅଭାବ ନାହିଁ । ଭିତିଭୂମି ବିକାଶ ଠାରୁ ଆରମ୍ଭ କରି ନୂତନ ଯନ୍ତ୍ରପାତି ଏବଂ ଆବଶ୍ୟକ ସମସ୍ତ ପ୍ରକାର ସରଞ୍ଜାମ ଆଦି ନିମନ୍ତେ ବ୍ୟବସ୍ଥା କରାଯାଉଛି । ସେହିପରି ଟୀକାକରଣ କ୍ଷେତ୍ରରେ ଆମେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛେ । ଆସନ୍ତା ୨୯ ତାରିଖରୁ ଜାପାନି ମିଳିମିଳା ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ୫ ସପ୍ତାହ ମଧ୍ୟରେ ୯ ମାସରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ରାଜ୍ୟର ୧କୋଟି ୨୫ ଲକ୍ଷରୁଦ୍ଧ୍ୱର୍ ପିଲାଙ୍କୁ ଏହି ଟୀକା ପ୍ରଦାନ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏହା ଏକ ବିରାଟ ଚାଲେଞ୍ଜ୍ ହୋଇଥିବା ବେଳେ ଏହାକୁ ସଫଳତାର ସହ ସମାପନ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ସଚେତନ କରିବାକୁ ପ୍ରଚାର ପ୍ରସାର ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ତାଙ୍କ ଅଭିଭାଷଣରେ ସମ୍ମିଳନୀ ଆୟୋଜନର ଉଦ୍ଧେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରି ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବିଭାଗର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ ।
ଭୁବନେଶ୍ୱର ଠାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଧେଶକ ଅର୍ଚ୍ଚନା ପଟ୍ଟନାୟକ , ସ୍ୱତନ୍ତ୍ର ସଚିବ ଡାଃ କୈଳାସ ଚନ୍ଦ୍ର ଦାସ , ବିନୋଦ ମିଶ୍ର , ଅତିରିକ୍ତ ସଚିବ ସୁରଜିତ ଦାଶ , ହରିବଲ୍ଲବ ମିଶ୍ର ଏବଂ ଡଃ ଅଜିତ କୁମାର ମିଶ୍ର , ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ ଡାଃ ବି.କେ.ବ୍ରହ୍ମା , ପରିବାର କଲ୍ୟାଣ ନିର୍ଦ୍ଧେଶକ ଡାଃ ଶରତ ସାହୁ ଏବଂ ନର୍ସିଂ ନିର୍ଦ୍ଧେଶକ ଡାଃ ବସନ୍ତ ପଣ୍ଡାଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ , ଡି.ପି.ଏମ୍ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × 5 =