ଓଡ଼ିଶା ସମାଚାର

୨୦୦ ନୂଆ କ୍ରୀଡ଼ାବିତଙ୍କୁ ସାହାଯ୍ୟ କରିବ ନାଲ୍କୋ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

୨୦୦ ନୂଆ କ୍ରୀଡ଼ାବିତଙ୍କୁ ସାହାଯ୍ୟ କରିବ ନାଲ୍କୋ

January 11
13:54 2018

ଭୁବନେଶ୍ୱର, ୧୧/୦୧/୨୦୧୮ (ଓଡ଼ିଶା ସମାଚାର)-କ୍ରୀଡାକୁ ରୋଜଗାରର ଏକ ମାଧ୍ୟମ ରୂପେ ବାଛିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଆଗେଇ ଆସିବାକୁ ନାଲକୋ ସିଏମଡି ତପନ କୁମାର ଚାନ୍ଦ ୬୩ତମ ଜାତୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତା ଅବସରରେ ଅଭିଭାବକ, ଶିକ୍ଷକ, ମାର୍ଗଦର୍ଶକ ତଥା ଛାତ୍ରମାନଙ୍କୁ କହିଛନ୍ତି  । ଡଃ ଚାନ୍ଦଙ୍କ ମତରେ ଖେଳକୁ ନେଇ କ୍ୟାରିୟର ଗଢିବାକୁ ବାଳକବାଳିକାମାନଙ୍କୁ ଉତ୍ସାହିତ କରିବା ଦ୍ୱାରା ଅନେକ ସାମାଜିକ-ଅର୍ଥନୈତିକ ଉପକାରିତାମିଳିଥାଏ । ବ୍ୟକ୍ତିଗତ ଓ ସାମୂହିକ ଜୀବନରେଏହାର ପ୍ରଭାବକୁ ଦେଖିଲେ ଆମ ସମାଜରେ କ୍ରୀଡାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ସ୍କୁଲ ଗେମ୍ସ ଫେଡେରେସନ ଅଫ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ଆୟୋଜିତ ଜାତୀୟ ବିଦ୍ୟାଳୟ ଦଉଡି ଡିଆଁ ପ୍ରତିଯୋଗୀତାରେ ୧୪ ବର୍ଷରୁ କମ ବାଳକବାଳିକାଏହି ପ୍ରତିଯୋଗିତାରେ ଶୀର୍ଷରେ ରହିବା ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଦେଖି ନାଲକୋ ସିଏମଡି କହିଥିଲେ ପିଲାମାନଙ୍କୁ ଖେଳ ଉପଭୋଗ କରିବା ଓ ପ୍ରତିଦ୍ୱନ୍ଦିତା କରୁଥିବାର ଦୃଶ୍ୟ ଦେଖିବା ଏକ ଆନନ୍ଦମୟ ଅନୁଭୂତି । ଚଳିତବର୍ଷକୁ ନାଲକୋ ହର୍ଷର ବର୍ଷ ଭାବେ ଅଭିହିତ କରିଛି । ଶିଶୁମାନେ ସ୍ପ୍ନ ଦେଖିବା ଉଚିତଏବଂ ସେହି ସ୍ୱପ୍ନକୁ ପୂରଣକରିବା ଆମ ସମସ୍ତଙ୍କର ସାମୂହିକ ଦାୟିôତ୍ୱ । କ୍ରୀଡାକୁ ବନ୍ଧୁତା ଓ ଶାନ୍ତିର ପ୍ରତୀକ ରୂପେ ପ୍ରଚାରପ୍ରସାର କରାଯାଉଥିବାରୁ ଦେଶରେ କ୍ରୀଡା ନିମନ୍ତେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ନିହାତି ଆବଶ୍ୟକ । ଶିକ୍ଷକ ଓ ଅଭିଭାବକଙ୍କ ଦ୍ୱାରା ଛାତ୍ରଛାତ୍ରୀମାନେ କ୍ରୀଡାକୁ ଆପଣେଇବା ପାଇଁ ଉତ୍ସାହିତ ହେଲେ ଭାରତର କ୍ରୀଡାରେ ବିଶ୍ୱଶକ୍ତି ହେବାର ଅଭିଳାଷ ପୂରଣ ହେଇପାରିବ ।ଏହି ପ୍ରତିଯୋଗୀତାରେ ଆସିଥିବା ଅତିଥି ଓ ଶ୍ରୋତାଙ୍କୁ ଉଦବୋଧନ ଦେଇ ଡ. ଚାନ୍ଦ କହିଥିଲେ, କ୍ରୀଡା ତଥା କ୍ରୀଡାବିତଙ୍କୁ ସାହାଯ୍ୟ କରିବାକୁ ନାଲକୋ ଯଥା ସମ୍ଭବ ପ୍ରଚେଷ୍ଟା କରୁଛି ।ଏହି ବର୍ଷ କମ୍ପାନୀ କ୍ରୀଡାର ଉନ୍ନତି ପାଇଁ ସର୍ବାଧିକ ଚେଷ୍ଟା କରୁଅଛି । ପ୍ରାୟ ୨୦୦ ନବୀନ କ୍ରୀଡାବିତଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇ ସେମାନଙ୍କୁ ଜାତୀୟସ୍ତରରେ ପ୍ରତିଯୋଗୀତା କରିବା ସ୍ତରରେ ପହଂଚେଇବା ପାଇଁ ନାଲକୋ ଚେଷ୍ଟା କରୁଛି । ଏହି ପ୍ରତିଯୋଗୀତାକୁ ସୁରୁଖୁରୁରେ ସମ୍ପାଦନ କରିଥିବାରୁ ଡଃ ଚାନ୍ଦ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ସ୍କୁଲ ଗେମ୍ସ ଫେଡେରେସନ ଅଫ ଇଣ୍ଡିଆକୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

11 + 7 =