ସାଙ୍ଗାନା ହାଇସ୍କୁଲ ନୂତନ କୋଠା ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ

ଲକ୍ଷ୍ମୀପୁର, ୧୮/୧୨/୨୦୨୩ (ଓଡ଼ିଶା ସମାଚାର/ ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଓଏମସି ଅନୁଦାନ ରେ ୪ କୋଟି ବ୍ୟୟ ରେ ନିର୍ମାଣ ହୋଇଥିବା ସାଙ୍ଗାନା ହାଇସ୍କୁଲ ନୂତନ କୋଠା, କୋଡୀଙ୍ଗା ମାଳି ରେ ନମୁନା ପ୍ରକ୍ରିୟା କେନ୍ଦ୍ର ଓ ମୋବାଇଲ ହେଲଥ ୟୁନିଟ ର ଏକ ଆମ୍ବୁଲାନ୍ସ କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଯାଇଛି। ଭୁବନନେଶ୍ୱର ରେ ଅନୁଷ୍ଠିତ  ଭର୍ଚୁଆଲ ବୈଠକ ରେ ଇସ୍ପାତ ଓ ଖଣି  ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦିପ କୁମାର ଜେନା, ଖଣି ସଚିବ ଦେଓରଞ୍ଜନ କୁମାର ସିଂହ ଓ ଓଏମସି ନିର୍ଦେଶକ  ବଳବନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।ସେହି ପରି ଲକ୍ଷ୍ମୀପୁର ଠାରେ ଓଏମସିର ପରିଚାଳକ କାଠି ପ୍ରଧାନ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ  ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ,  ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମୁଲ୍ୟ ଧର,କୋରାପୁଟ ପୂର୍ବତନ ସାଂସଦ ଝୀନ ହିକକା,ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଖଣି ବିଭାଗର ମ୍ୟାନେଜର ହେମନ୍ତ କୁମାର୍ ବେହେରା, ବିଡ଼ିଓ ଗୁରେଶ୍ଵର୍ ଭୋଇ ଓ  ସ୍ଥାନୀୟ ନେତା ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ପଛୁଆ ଅଂଚଳ ଭାବେ ପରିଚିତ ଲକ୍ଷ୍ମୀପୁର ରେ ଏପରି ମଡେଲ ସ୍କୁଲ ନିର୍ମାଣ ରେ ଓଏମସି ର ଅବଦାନ ଅତୁଳନିୟ ବୋଲି ମୁଖ୍ୟ ମନ୍ତ୍ରୀ ଙ୍କ ସହ ଅନ୍ୟାନ ଅଧିକାରୀ ଓ ନେତା ସେମାନଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *