୧୯୮୭ ବ୍ୟାଚ୍ ର ବନ୍ଧୁ ମିଳନ

ଭୁବନେଶ୍ୱର,୧୮/୧୨/୨୦୨୩ (ଓଡ଼ିଶା ସମାଚାର)- ୧୯୮୭ ମସିହା ବ୍ରହ୍ମମହେଶ୍ୱର ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାର୍ଥିୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚନ୍ଦକାସ୍ଥିତ ଘରୋଇ ଉଦ୍ୟାନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜେଶଙ୍କ ପୌରହିତ୍ୟରେ ଓ ଅରବିନ୍ଦ, ରଞ୍ଜୁରାଣୀ, ନିରୁପମା, ସମୀର ପ୍ରମୁଖ ବାଲ୍ୟ ସହପାଠୀଙ୍କ ସହଯୋଗରେ ଏକ ନିଆରା ବନ୍ଧୁମିଳନ ସହିତ ଅତୀତର ସ୍ମୃତି, ଅନୁଭୂତି ସହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ସମାଜରେ ଗୁରୁ ଶିଷ୍ୟଙ୍କ ପରମ୍ପରାକୁ ଗୁରୁତ୍ୱ ଦେବା ସହିତ ସମାଜ ପାଇଁ ନିଜ ନିଜ ସ୍ତରରେ କିଛି ଭଲ କାମ କରିବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ମୋଟାମୋଟି ଭାବେ ମା, ମାଟି, ମାତୃଭାଷାକୁ ଗୁରୁତ୍ୱ ଓ ନୈତିକ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ସଂକଳ୍ପ ନେଇଥିଲେ ।

Leave a Reply

Your email address will not be published. Required fields are marked *