Something went wrong with the connection!

ଓଡ଼ିଶା ସମାଚାର

ଧାନ ସଂଗ୍ରହ ପ୍ରକ୍ରିୟାରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କର:ମୁଖ୍ୟମନ୍ତ୍ରୀ

 Current News

ଧାନ ସଂଗ୍ରହ ପ୍ରକ୍ରିୟାରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କର:ମୁଖ୍ୟମନ୍ତ୍ରୀ

January 11
12:34 2018
Share this...
Share on Facebook0Share on Google+0Tweet about this on TwitterShare on LinkedIn0

 CM Review

ଭୁବନେଶ୍ୱର, ୧୧/୦୧/୨୦୧୮ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ୨୦୧୭ ଖରିଫ ଧାନ ସଂଗ୍ରହର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଧାନ ସଂଗ୍ରହ ପାଇଁ ଅଧିକରୁ ଅଧିକ ଚାଷୀମାନଙ୍କୁ ପଞ୍ଜୀକୃତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପଞ୍ଜୀକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସୂଚନାଯୋଗ୍ୟ ଯେ ଖରିଫ ୨୦୧୬ରେ ଜାନୁଆରୀ ୯ ।ତରିଖ ସୁଦ୍ଧା ୯.୭୬ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ, ଖରିଫ ୨୦୧୭ରେ ବର୍ତମାନ ସୁଦ୍ଧା ୧୧.୦୫ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଆସନ୍ତା ବର୍ଷ ପଞ୍ଜିକରଣ ସଂଖ୍ୟାରେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ଚାଷୀମାନଙ୍କ ସଂଗୃହୀତ ଧାନର ମୂଲ୍ୟ ତୁରନ୍ତ ପ୍ରଦାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସମବାୟ ବ୍ୟାଙ୍କ କ୍ଷେତ୍ରରେ ଚାଷୀମାନଙ୍କର ବ୍ୟାଙ୍କ ଆକାଉଂଟକୁ ୨୪ ଘଂଟା ମଧ୍ୟରେ ଧାନର ମୂଲ୍ୟ ପ୍ରଦାନ କରିବାପାଇଁ ସେ ନିର୍ଦ୍ଧେଶ ଦେଇଥିଲେ । ଅନ୍ୟ ବ୍ୟାଙ୍କ କ୍ଷେତ୍ରରେ ୭୨ ଘଂଟା ମଧ୍ୟରେ ସମସ୍ତ ଦେୟ ନିଶ୍ଚିତ ଭାବରେ ପ୍ରଦାନ କରିବାକୁ ସେ କହିଥିଲେ । ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମୟରେ ଯେପରି ସମସ୍ତ ମଣ୍ଡି ଖୋଲା ରହିବ, ତାହା ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଧେଶ ଦେଇଥିଲେ । ମିଲର ମାନେ ଧାନ ନେଇ ଠିକ୍ ସମୟରେ ଚାଉଳ ଦେବାରେ ଅବହେଳା କଲେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଧେଶ ଦେଇଛନ୍ତି । ଏହା ସହିତ ଧାନ ସଂଗ୍ରହ କେନ୍ଦ୍ର ଗୁଡ଼ିକରେ ସମସ୍ତ ଆବଶ୍ୟକ ଭିତିଭୂମି ବ୍ୟବସ୍ଥା କରି ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୁବିଧାରେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବୈଠକର ସୂଚନା ଅନୁଯାୟୀ ୨୦୧୬ ଖରଫ ପାଇଁ ୨୦୧୭ ଜାନୁଆରୀ ୯ ତାରିଖ ସୁଦ୍ଧା ୧୪.୧୧ ଲକ୍ଷ ମେଟି୍ରକ ଟନ୍ ଧାନ ସଂଗୃହୀତ ହୋଇଥିଲା । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୨୭୩୬ କୋଟି ଟଙ୍କା ପରିମାଣର ୧୭.୯୦ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଚାଷୀମାନଙ୍କୁ ୨୩୫୬.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷ ଚାଷୀ ଧାନ ବିକ୍ରୟ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଓ ବିଭିନ୍ନ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × 1 =

Polls

Sorry, there are no polls available at the moment.