Something went wrong with the connection!

ଓଡ଼ିଶା ସମାଚାର

ଇଶାଣୀ ବ୍ରହ୍ମପୁରରେ କୃଷି କୃଷକ ସମ୍ପର୍କ ମେଳା

 Current News

ଇଶାଣୀ ବ୍ରହ୍ମପୁରରେ କୃଷି କୃଷକ ସମ୍ପର୍କ ମେଳା

January 11
07:02 2018
Share this...
Share on Facebook0Share on Google+0Tweet about this on TwitterShare on LinkedIn1

krusak mela 2

ରଘୁନାଥପୁର, ୧୧/୦୧/୨୦୧୮ (ଓଡ଼ିଶା ସମାଚାର)-ଇଶାଣୀ ବ୍ରହ୍ମପୁର ଗ୍ରା.ପ.ରେ ବୁଧବାର ଦିନ  କୃଷି କୃଷକ ସଶକ୍ତି କରଣ ବିଭାବ ପକ୍ଷରୁ କୃଷି କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କ୍ରୀଡା ସୂଚନା ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଯୋଗଦେଇ ବିଜେଡି ୧୮ ବର୍ଷ ଶାସନରେ ରାଜ୍ୟର କୃଷକ ଓ ମହିଳା ମାନଙ୍କ ଉନ୍ନତି ପାଇଁ ବହୁ ଯୋଜନା ମୁଖ୍ୟ ମନ୍ତ୍ରୀ କରିଅଛନ୍ତି । ସେଥିପାଇଁ ଓଡିଶା ଦେଶରେ ଶ୍ରେଷ୍ଠ କୃଷି କର୍ମଣ ରାଜ୍ୟ ଭାବେ ଦୁଇ ଥର କେନ୍ଦ୍ର ସରକାରଙ୍କ ଠାରୁ ପାଇଛି ବୋଲି କହିଥିଲେ । କେନ୍ଦ୍ରସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିକୁ ପ୍ରତ୍ୟାଖାନ କରୁଛନ୍ତି । ମହାନଦୀରେ ପାଣି ନଆସିଲେ ସମଗ୍ର ଓଡିଶା ପାଣି ବିନା ମରୁଡି ପାଲଟିଯିବ । ସେଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଥିଲେ । ଓଡିଶାର ପ୍ରତ୍ୟେକ  କ୍ଷେତ୍ରରେ କେନ୍ଦ୍ର ସରକାର ଅଣଦେଖା କରୁଛି ବୋଲି ଅଭିଯୋଗ କରିଥିଲେ  । ଏହି ଉସôବରେ ନିଶ୍ଚିନ୍ତକୋଇଲି ବିଡିଓ ସୁରେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କୃଷକର ଉନ୍ନତି ବିନା ରାଜ୍ୟର ଉନ୍ନତି ହୋଇ ପାରିବ ନାହିଁ ବୋଲିି କହିଥିଲେ । ଏହି ଉସôବରେ କୃଷି ଉପନିର୍ଦ୍ଧେଶକ ଡ. ପରେଶ ଚନ୍ଦ୍ର ସାହୁ ଯୋଗଦେଇ ରାଜ୍ୟ ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶୁଭଦ୍ରା ଦାସ, କଟକ ସଦର ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୂଷଣ ପରିଡା, ଜିଲ୍ଲା ପରିଷଦ ସଭ୍ୟ ବିରକିଶୋର ଲେଙ୍କା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିଲିପ ବିଶ୍ୱାଳ, ସରପଂଚ ମିନକେତନ ବସ୍ତିଆ, ସମିତି ସଭ୍ୟ ମିନର୍ଭା ପାତ୍ର, କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର, ଆତ୍ମା ଅଧ୍ୟକ୍ଷ ସମର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ଉଦ୍ୟାନବିତ୍ ଡ. କନ୍ଦ ଜେନା, ମସô୍ୟ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ ମୋହନ ପ୍ରସାଦ ଶର୍ମା, ସହକାରୀ କୃଷି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ, କୃଷକ ସାଥି ସିର୍ଦ୍ଧାଥ ପଟ୍ଟନାୟକ, ପ୍ରମୁଖ ଯୋଗଦେଇ କୃଷି ଓ କୃଷକର ଉନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ସରପଂଚ ଚାରୁଲତା ସେଠୀ ଏଥିରେ ପୌରହିତ୍ୟ କରିଥିଲେ । ବିଜେଡି ନେତା, ସୁଶାନ୍ତ କୁମାର ସେଠୀ ଏହି ଉସôବ ପରିଚାଳନା କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜେଡି ନେତା ଅଚୁ୍ୟତାନନ୍ଦ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଶତାଧିକ ଚାଷୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କୃଷି ବିଭାଗ ଓ ମସô୍ୟ ବିଭାଗ ଏବଂ ଉଦ୍ୟାନ ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ କରାଯାଇଥିଲା । ଓଡ଼ିଶା ସମାଚାର

krusak mela 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × three =

Polls

Sorry, there are no polls available at the moment.