ଓଡ଼ିଶା ସମାଚାର

ଭାରତ ସରକାରଙ୍କ ଖଣି ସଚିବଙ୍କ ଦ୍ୱାରା ନାଲକୋ କର୍ପୋରେଟ ପ୍ଲାନ ଉନ୍ମୋଚିତ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ଭାରତ ସରକାରଙ୍କ ଖଣି ସଚିବଙ୍କ ଦ୍ୱାରା ନାଲକୋ କର୍ପୋରେଟ ପ୍ଲାନ ଉନ୍ମୋଚିତ

January 10
16:57 2018

Nalco
ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୦/୦୧/୨୦୧୮ (ଓଡ଼ିଶା ସମାଚାର)- ନୂଆଦିଲ୍ଲୀଠାରେ ଭାରତସରକାରଙ୍କ ଖଣି ସଚିବଶ୍ରୀ ଅରୁଣକୁମାର, ନବରତ୍ନ ସରକାରୀ ଉଦ୍ୟୋଗ ନାଲକୋରକର୍ପୋରେଟ ପ୍ଳାନ (୨୦୧୭-୨୦୩୨)କୁ ଖଣିମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ କେରାଜେଶ୍ୱର ରାଓ, ଯୁଗ୍ମ ସଚିବ ଏନ ଏକ ସିଂ ତଥା ନାଲକୋ ସିଏମଡି ଡଃ ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି । ୨୦୩୨ ମସିହା ପର୍ଯ୍ୟନ୍ତ କମ୍ପାନୀର ଉନ୍ନତି ନିମନ୍ତେ ଖସଡା ପ୍ରସ୍ତୁତ କରୁଥିବା ଏହି ପ୍ଲାନ ପ୍ରସ୍ତୁତି ପାଇଁ ନାଲକୋର ଉଦ୍ୟମକୁ ଏହି ଅବସରରେଶ୍ରୀ ଅରୁଣକୁମାର ପ୍ରଶଂସା କରିଥିଲେ  । ସାଂପ୍ରତିକ ପରିସ୍ଥିତିରେ ଉପୁଜୁଥିବା ବଜାର ଅବସ୍ଥା ତଥା ପରିବର୍ତନଶୀଳ ବୈଶୟିକସ୍ଥିତିରେ ନାଲକୋରବୃଦ୍ଧି ନିରନ୍ତର ଚାଲିବା ନିମନ୍ତେ ପ୍ରମୁଖ କନସଲଟିଙ୍ଗ ସଂସ୍ଥା କେପିଏମଜି ଏହି ପ୍ଳାନ ପ୍ରସ୍ତୁତ କରିଛନ୍ତି  । ପ୍ରକାଶ ଥାଉକି ନୀତି ଆୟୋଗର ମାର୍ଗଦର୍ଶିକା ମୁତାବକ ତିନି ବର୍ଷର ଆକ୍ସନ ପ୍ଳାନ, ୭ବର୍ଷ ପାଇଁ ରଣ କୌଶଳ ଓ ୧୫ ବର୍ଷନିମନ୍ତେ ଏକ ମାର୍ଗ ପ୍ରସ୍ତୁତ କରି ବିକାଶ ପଥରେ ଅଗ୍ରସର ହେବା ପାଇଁ ଏହି କର୍ପୋରେଟ ପ୍ଳାନ ପ୍ରସ୍ତୁତକରାଯାଇଛି  । ଏହି ପ୍ଳାନରେ ଧାତୁର ଦରଦାମବୃଦ୍ଧି ଚକ୍ରରୁ ରକ୍ଷା ପାଇବା ପାଇଁ ଏବଂ ଏକ ନିରନ୍ତର ବିକାଶ ନିମନ୍ତେ ପଥ ପ୍ରସ୍ତୁତ କରିବା ପାଇଁ କମ୍ପାନୀର ନୂତନ ମିଶନ, ଦର୍ଶନ ତଥା ମୂଲ୍ୟବୋଧର କାୟାକଳ୍ପ ପ୍ରସ୍ତୁତ କରାହେଇଛି । ଏହିଯୋଜନା ମୁତାବକ ୨୦୨୪ ସୁଦ୍ଧା ନାଲକୋ ୧.୧ ନିୟୁତ ଟନ ସ୍ମେଲଟିଂ କ୍ଷମତା, ୩.୨୭ ନିୟୁତ ଟନ ଆଲୁମିନିୟମ ବିଶୋଧନ କ୍ଷମତା, ଟ୧୮, ୧୭୧ କୋଟି ବିକ୍ରି ଏବଂ ଟ୧,୬୯୩ କୋଟିର ଲାଭ ଲକ୍ଷ ରଖିଛି । ଅପରପକ୍ଷେ ଦୀର୍ଘମିଆଦି ସୂତ୍ରରେକମ୍ପାନୀ ୨୦୩୨ ସୁଦ୍ଧା ଟ୩୧,୨୪୮ କୋଟି ବିକ୍ରି ଏବଂ ଟ ୩,୦୧୦ କୋଟିର ଲାଭ ଲକ୍ଷ ରଖିଛି । ଏହାଛଡା କମ୍ପାନୀର କାରଖାନା ଉନ୍ନତି ନିମନ୍ତେ କୋଲଟାର ପିଚ ଓ କଷ୍ଟିକସୋଡା କାରଖାନା ସ୍ଥାପନ,ଉପôାଦନ ବୃଦ୍ଧି ପାଇଁ ଏକ୍ସଟ୍ରୁରସନ, ଫଏଲ ଓ କାଷ୍ଟିଙ୍ଗ ଉପକରଣ ସ୍ଥାପନ, ଉପôାଦିତ ଆଲୁମିନିୟମ ଧାତୁ ମୂଲ୍ୟବୃଦ୍ଧି ନିମନ୍ତେ ଓୟାରରଡ ପ୍ଳାଂଟ ଓ ରୋଲିଙ୍ଗମିଲସ୍ଥାପନ, ବକ୍ସାଇଟ ଓ କ୍ରୋମାଇଟରଲାଭଦାୟକ ଖନନ ତଥା କଣ୍ଡକ୍ଟର ଓ ଲିଥିୟମ- ଆୟନ ବ୍ୟାଟେରୀତିଆରିକରିବା କଥା ଏହି ପ୍ଲାନରେଉଲ୍ଲେଖ ଅଛି ।
ଏହି ଅବସରରେ ଅନ୍ୟ ମାନଙ୍କମଧ୍ୟରେ ନାଲକୋ ଆର୍ଥିକ ନିର୍ଦ୍ଧେଶକ ଶ୍ରୀ କେସି ସାମଲ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twelve − 10 =