ତ୍ରୟୋଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳା ଦ୍ୱିତୀୟ ସନ୍ଧ୍ୟା

ଯାଜପୁର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ଦ୍ୱିତୀୟସନ୍ଧ୍ୟା ବାଳାଶ୍ରମ ପଡ଼ିଆଠାରେ ଅନନ୍ୟା ସାହିତ୍ୟ ସଂସଦ ର ସଭାପତି ସନ୍ତୋଷ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ମା’ ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସହ ସମ୍ପାଦକ ତଥା ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମଲ ସ୍ତୋତ୍ର ପାଠ କରିଥିଲେ । ସଙ୍ଗଠନର ସମ୍ପାଦକ ହୃଷୀକେଶ ପତି ଅତିଥିମାନଙ୍କୁ ମଂଚାସୀନ ହେବା ପାଇଁ ସ୍ୱାଗତ କରିଥିବା ବେଳେ ଉପସଭାପତି ବିଭୂତି ଭୂଷଣ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଡ଼ କାହ୍ନୁ ଚରଣ ମିଶ୍ର ତ୍ରୟୋଦଶ ପୁସ୍ତକ ମେଳା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଉଦ୍ଘାଟକ ଶ୍ରୀଯୁକ୍ତ ଜେନା ପୁସ୍ତକ ମେଳାର ସଫଳତା ଓ ଅଭିବୃଦ୍ଧି କାମନା କରିଥିଲେ । ସମ୍ମାନିଥିଭାବେ ଯାଜପୁର ଜିଲା ଲେଖକ ସମ୍ମିଳନୀର ସଭାପତି ଡ଼ଃ ରୁଦ୍ର ନାରାୟଣ ପୃଷ୍ଟି ଯୋଗଦେଇ ଜ୍ଞାନ ଓ ପୁସ୍ତକ ଓତପ୍ରେତ ଭାବରେ ଜଡ଼ିତ, ପୁସ୍ତକ ମଣିଷକୁ ଦିବ୍ୟ ଜ୍ଞାନ ଦିଏ ବୋଲି ପ୍ରକାଶ କରିଥିଲେ । ଯାଜପୁର ଜିଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ଯୋଗଦେଇ ପୁସ୍ତକ ମାଧ୍ୟମରେ ମନୁଷ୍ୟ ଜୀବନର ସତ୍ୟକୁ ଉପଲବ୍ଧି କରିବା ସହିତ ନିଃସଙ୍ଗ ଜୀବନର ଅନ୍ତରଙ୍ଗ ବନ୍ଧୁ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ଯାଜପୁର ଜିଲା ଆରକ୍ଷୀ ଉପ-ଅଧୀକ୍ଷକ ପ୍ରଭାତ କୁମାର ବିଶ୍ୱାଳ ଯୋଗଦେଇ ପୁସ୍ତକ ପ୍ରଶାସନ ଓ ପୁସ୍ତକ ବିକ୍ରେତା ପରସ୍ପର ଗୋଟିଏ ସୂତ୍ରରେ ବନ୍ଧା ବୋଲି ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା ଯୋଗଦେଇ ଉତମ ପୁସ୍ତକ ମନୁଷ୍ୟ ଜୀବନକୁ ମହନୀୟ କରି ଗଢ଼ିତୋଲିବା ସେଙ୍ଗ ସେଙ୍ଗ ପୁସ୍ତକ ମନୁଷ୍ୟର ଶ୍ରେଷ୍ଠ ବନ୍ଧୁ ବୋଲି ପ୍ରକାଶ କରିଥିଲେ । ନିବେଦିତା ସାମଲ ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ଅର୍ପିତା ମିଶ୍ର ନୃତ୍ୟ ପ୍ରତିଯୋଗିତା ପରିଚାଳନା କରିଥିଲେ । ସୁଶ୍ରୀ ମନିଷା ରାଉତ ସମସ୍ତ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଅପରାହ୍ନରେ ଯାଜପୁର ଇନ-ଟାକ୍ ତରଫରୁ ଐତିହ୍ୟ, ସଂସ୍କୃତି ଓ ପରମ୍ପରାରେ ଯାଜପୁର ଶୀର୍ଷକ ଆଲୋଚନା ଚକ୍ରରେ ଡ଼ଃ ଦାମୋଦର ବେହେରା, ଡ଼ଃ ଦୁଷ୍ମନ୍ତ କୁମାର ନାୟକ, ଡ଼ା ରାଜ କିଶୋର ପଣ୍ଡା, ଅମୀୟ ଭୂଷଣ ତି୍ରପାଠୀ, ଅଧ୍ୟକ୍ଷ ଅନିଲ କୁମାର ମହାନ୍ତି, ଅଶୋକ କୁମାର ଦାସ, କ୍ଷୀରୋଦ ଚନ୍ଦ୍ର ବେହେରା, ଉଦୟ ମାଝି, ଉପନିର୍ଦ୍ଧେଶକ ପ୍ରମୁଖ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ନାୟକ ପ୍ରଧ୍ୟାପକ ବଳରାମ ମହାନ୍ତି, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପ୍ରବୋଧ କୁମାର ନାୟକ, ଡ଼ଃ ଗିରିଶ ବିହାରୀ ମିଶ୍ର, ନନ୍ଦ କିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଡ଼ି.ଏ.ଭି ଡ଼୍ୟାନ୍ସ ଗ୍ରୁପ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ବୃନ୍ଦାବନ ମିଶ୍ର ପରିଚାଳନା କରିଥିଲେ । ଉପଦେଷ୍ଟ ଶିକ୍ଷାବିତ୍ ଦଶରଥ ସାମଲ , ଶିକ୍ଷାବିତ୍ ସଂଯୁକ୍ତା ମହାପାତ୍ର , ଗଦାଧର ରାଉତ,ଉଦୟନାଥ ପରିଡ଼ା ପ୍ରଭୃତି ଯୋଗଦେଇ ପୁସ୍ତକ ମେଳାର ଉତରୋତର ଉନ୍ନତି କାମନା କରିଥିଲେ । କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଡ଼ି.ଏ.ଭି ଡ଼୍ୟାନ୍ସ ଗ୍ରୁପ୍ର ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ନିର୍ଦ୍ଧେଶନା ଦେଇଥିଲେ । ଗଣମାଧ୍ୟମ ସଂଯୋଜକ ଆଦିତ୍ୟ ମହାନ୍ତି ମଂଚ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *