ଭାରତୀୟ ପେଲେଟ୍ ଉତ୍ପାଦକ ସଂଘ ପକ୍ଷରୁ ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ। ବୈଷୟିକ ଜ୍ଞାନ ସମ୍ପନ୍ନ କୁଶଳୀ କାରିଗରଙ୍କ ଦକ୍ଷତା ବୃଦ୍ଧି ଉପରେ କର୍ମଶାଳାରେ ଗୁରୁତ୍ୱ ।

ବଡ଼ବିଲ, ୧୫/୧୨/୨୦୨୩ (ଓଡ଼ିଶା ସମାଚାର)-ଭାରତୀୟ ପେଲେଟ୍ ଉତ୍ପାଦକ ସଂଘ, ପିଏମ୍‌ଏଆଇ ପକ୍ଷରୁ ପଞ୍ଚମ ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବଡବିଲ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଦୁଇ ଦିନିଆ ସର୍ବଭାରତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରିୟା ଷ୍ଟିଲ ଏବଂ ଆରଡେଣ୍ଟ ଷ୍ଟିଲଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି ।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇସ୍ପାତ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ  ସ୍ୱପ୍ନା ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ତୃଣମୂଳସ୍ତରରେ କାମ କରୁଥିବା କୁଶଳୀ ବୈଷୟିକ କର୍ମଚାରୀଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳରେ ଦକ୍ଷତା ବୃଦ୍ଧି ସହ ଡିଜିଟାଇଜେସନ ଏବଂ ଗ୍ରୀନ ଇଣ୍ଡଷ୍ଟ୍ରିଜ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାକୁ ପ୍ରାଧାନ୍ୟ ଦେବା ସହିତ ଭାରତ ଦ୍ୱାରା ୨୦୫୦ ମସିହା ମଧ୍ୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଶୂନ ଅଙ୍ଗାରକ୍ଲାମ ନିର୍ଗମ ଲକ୍ଷ୍ୟ ହାସଲ କରିବାକୁ ଆହ୍ୱାନ ଦେଇଥିଲେ । କର୍ମଶାଳା ପ୍ରାରମ୍ଭରେ ସଂଘର ଉପସଭାପତି ତଥା ଆରିୟା ଷ୍ଟିଲ ଲିଃ ର ମ୍ୟାନେଜିଂ ଡାଇରେକ୍ଟର ପୁନୀତ ଆରିୟା, ପିଲେଟ ଉତ୍ପାଦକ ସଂଘ ର ସଭାପତି ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ ଗ୍ରୃପ ଆଡଭାଇଜର ମନୀଷ ଖରବାନ୍ଦାଙ୍କ ସଭାପତିତ୍ୱରେ  ଆରଡେଣ୍ଟ ଷ୍ଟିଲ ଡାଇରେକ୍ଟର ତଥା ପିଏମ୍‌ଏଆଇ ଉପ ସଭାପତି ଡକ୍ଟର ସୁବାଶିଷ ଦାସ ଏବଂ ଭାରତୀୟ ପିଲେଟ ଉତ୍ପାଦନ ସଂଘର ସାଧାରଣ ସମ୍ପାଦକ ଦୀପକ ଭଟ୍ଟନାଗର ପ୍ରମୁଖ ଯୋଗଦେଇଥିଲେ। ଏମାନେ ପିଲେଟ ବ୍ୟବସାୟ, କର୍ମଚାରୀଙ୍କ ଦକ୍ଷତା ବିକାଶ ଏବଂ ଏହାର ଭବିଷ୍ୟତ ପାଇଁ ନୂତନ ଜ୍ଞାନକୌଶଳ ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ । ଦେଶର ୧୭ ଟି ପିଲେଟ ପ୍ଲାଣ୍ଟର ୧୦୦ ଜଣ କୁଶଳୀ ବୈଷୟିକ କର୍ମଚାରୀଙ୍କ ସମେତ ୧୬ ଜଣ ବିଶେଷଜ୍ଞ, ସିଏସ୍‌ଆଇଆର ଲ୍ୟାବ ଏବଂ ସରଞ୍ଜାମ ଯୋଗାଣକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଇନସମାର୍ଟ କମ୍ପାନୀ ତାର ସିଷ୍ଟମକୁ ମେକ ଇନ ଇଣ୍ଡିଆର ଲକ୍ଷ୍ୟକୁ ଅନୁକରଣ କରିଛି ଏବଂ ନମୂନାର ସଂଗ୍ରହ,ପରୀକ୍ଷଣ ଏବଂ ବିଶ୍ଲେଷଣ ପାଇଁ ହ୍ରାଇଦ୍ରାବାଦରୁ ରବଟିକ୍ ସାମ୍ପଲିଂ, ଯନ୍ତ୍ରପାତି ପ୍ରଦର୍ଶନୀ କରାଯାଇଛି ।

ଏହି ପ୍ରୟାସ ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପେଲେଟ ଶିଳ୍ପ ସହିତ ଜଡିତ ଅପରେଟର ଏବଂ ବୈଷୟିକ ଜ୍ଞାନ ସମ୍ପନ୍ନ କୁଶଳୀ କାରିଗରଙ୍କ ଦକ୍ଷତାକୁ ବୃଦ୍ଧି କରିବା ଏବଂ ଡିଜିଟାଇଜେସନ ଦିଗରେ ସେମାନଙ୍କୁ ଅତ୍ୟାଧୁନିକ କରିବା । ଉକ୍ତ କର୍ମଶାଳାରେ ବିଶେଷଜ୍ଞମାନେ ସେମାନଙ୍କ ମଧ୍ୟରେ “ନିଜର ସର୍ବତ୍ତୋମ ବୈଷୟିକ କୌଶଳ” ଆଦାନ ପ୍ରଦାନ କରିବା ସହିତ ପେଲେଟ ପ୍ଲାଣ୍ଟର ତୃଣମୂଳସ୍ତରରେ କାମ କରୁଥିବା କୁଶଳୀ ଶ୍ରମିକ, ଟେକନିସିଆନ ଏବଂ ଯୁବ ଇଞ୍ଜିନିୟରମାନେ ଏହି କର୍ମଶାଳା ଦ୍ୱାରା ବେଶ ଉପକୃତ ହେବେ ବୋଲି ମତପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *