ଓଡ଼ିଶା ସମାଚାର

ତାଳଚେର ଓକିଲ ସଂଘ ତରଫରୁ ଲ-କମିଶନ ବିଲ୍କୁ ଘୋର ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ

ତାଳଚେର ଓକିଲ ସଂଘ ତରଫରୁ ଲ-କମିଶନ ବିଲ୍କୁ ଘୋର ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ

ତାଳଚେର ଓକିଲ ସଂଘ ତରଫରୁ ଲ-କମିଶନ ବିଲ୍କୁ ଘୋର ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ
April 21
15:46 2017

ତାଳଚେର, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ପ୍ରିୟମାଧବ ଦାସ) – ତାଳଚେର ସିଭିଲ୍ କୋର୍ଟ ପରିସରରେ ଓକିଲ ସଂଘ ପକ୍ଷରୁ ଭାରତ ସରକାରଙ୍କ ଆଇନ୍ ଆୟୋଗଙ୍କ ଦ୍ୱାରା ଆଡ୍ଭୋକେଟ୍ ଆକ୍ଟ ୧୯୬୧ ସଂଶୋଧନ ବିଲ୍କୁ ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା । ସଂଘର ସଭାପତି ରଂଜିତ ଘୋଷଙ୍କ ନେତୃତ୍ୱରେ ଏହି ବିଲ୍ କୁ ବିରୋଧ କରି ଆୟୋଗଙ୍କ ଦ୍ୱାରା ତିଆରି ହୋଇଥିବା ପତ୍ରକୁ ପୋଡି ଦିଆଯାଇଥିଲା । ଆଗାମୀ ଦିନରେ ଏହି ବିଲ୍ ବିରୋଧ ପାଇଁ ବାର କାଉଁନ୍ସିଲ୍ ଯାହା ନିଷ୍ପତି ନେବେ ସେଥିରେ ତାଳଚେର ଓକିଲ ସଂଘ ସାମିଲ ହେବେ ବୋଲି ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ଅରୁଣ ଶଙ୍କର ମିଶ୍ର, ହରେକୃଷ୍ଣ ପାତ୍ର, ବିଶ୍ୱେଶ୍ୱର ମିଶ୍ର, ପେସ୍କାର ଗଡନାୟକ, ଦୟାସାଗର ମିଶ୍ର, ଜ୍ଞାନରଂଜନ ପାଣି, ଅକ୍ଷୟ କୁମାର ପାଣି, ଅଜୟ ମିଶ୍ର, ଛବି କୁମାର ସାହୁ, ଉଚ୍ଛନ ପଟ୍ଟନାୟକ, ସର୍ଦ୍ଧାର ରାଜେନ୍ଦ୍ର ସିଂ ଡିଙ୍ଗା, ଗଦାଧର ସାମଲ, ଦିନବନ୍ଧୁ ସାହୁ, ଅରବିନ୍ଦ ବାରିକ, ନରେଶ ନାଏକ, ବାଉରୀବନ୍ଧୁ ବେଜ, ସରୋଜ ପ୍ରଧାନ, ତନୁଜ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁ, ଅର୍ଜୁନ ଭୁତିଆ, ପ୍ରଭାତିନି ଆଚାର୍ଯ୍ୟ ଏବଂ ସଂଘର ଉପସଭାପତି ମାନସ ରଂଜନ ଶତପଥି, ସଂପାଦକ ତ୍ରିପୁରାରୀ ପ୍ରଧାନ, ସହ ସଂପାଦକ ମାନସ କୁମାର ରାୟ, କୋଷାଧ୍ୟକ୍ଷ ନରୋତମ ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × one =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...