କିଶନନଗର ଥାନା ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ,ସପ୍ତାହକ ମଧ୍ୟରେ ଦୁଇଟି ବଡ଼ ଧରଣର ଡ଼କାୟତି 

କଟକ ସଦର ,୧୫/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ଵାଲିସୁକ୍ରି ତରଡପଡା ଗ୍ରାମର ଅବଦୁଲ ରହିମ ଖାଁଙ୍କ ସମେତ ଅନ୍ୟମାନଙ୍କ ଘରେ ଗତ ରବିବାର ବିଳମ୍ବିତ ରାତିରେ ଡକାୟତ ମାନେ ପଶି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ସେହି ସମାନ ଢଙ୍ଗରେ ସେହି ପଞ୍ଚାୟତର ଦକ୍ଷିଣ ସାଇଲୋ ଠାରେ ଗତକାଲି ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଜଣାପଡିଛି। ଉକ୍ତ ଗ୍ରାମର ତଥା କଟକ ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ହରି ଗୋଛୟତଙ୍କ ଘରେ ଡକାୟତ ମାନେ ପଶି ଘର ଲୋକଙ୍କୁ ବାନ୍ଧି ନଗଦ ଛଅ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।ପୂର୍ଵ ଡକାୟତି ଭଳି ଉକ୍ତ ଘଟଣାରେ ଘଟଣା ସ୍ଥଳକୁ କଟକ ଗ୍ରାମାଞ୍ଚଳ ଅତିରିକ୍ତ ପୋଲିସ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନ, କିଶନନଗର ଥାନା ଅଧିକାରୀ ରଶ୍ମୀରଂଜନ ଦାସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନି କୁକୁର ନେଇ ଛାନଭିନ୍ ଚଳାଇଥିବା ଜଣାପଡିଛି। ଏଭଳି ଡକାୟତି ପଛରେ ସ୍ଥାନୀୟ ଠାଉରିଆ ଚୋରଙ୍କ ହାତଥିଵା ଅନୁମାନ କରାଯାଉଛି। ତେବେ ଡକାୟତମାନେ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଗୋଟିକ ପରେ ଗୋଟିଏ ଡକାୟତି କରୁଥିବାକୁ ନେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *