ଓଡ଼ିଶା ସମାଚାର

ବିଦୁ୍ୟତ୍ ସଂଯୋଗ ଦାବିରେ ରାସ୍ତାରୋକ

ବିଦୁ୍ୟତ୍ ସଂଯୋଗ ଦାବିରେ ରାସ୍ତାରୋକ

ବିଦୁ୍ୟତ୍ ସଂଯୋଗ ଦାବିରେ ରାସ୍ତାରୋକ
April 21
11:08 2017

ଯାଜପୁର, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ) – ଗୋଟିଏ ଘରକୁ ବିଦୁ୍ୟତ୍ ସଂଯୋଗ ହେଉନଥିବାରୁ ବାଧ୍ୟହୋଇ ଘରର ଲୋକମାନେ ବୁଧବାର ଦିନ ରାସ୍ତାରୋକ କରିଥିଲେ । ଘଟଣାରୁ ଜଣାଯାଏ ମେନକା ମହାଳିକ ଆଙ୍କୁଲା ଗ୍ରାମରେ ଦୀର୍ଘ ୧୫ ବର୍ଷ ହେବ ବସବାସ କରିଆସୁଛନ୍ତି । ତାଙ୍କ ବାସଗୃହକୁ ଲାଗି ଏକ ଜମି ଉକ୍ତ ଗ୍ରାମର ଜନୈକ ଲୋକଠାରୁ କ୍ରୟକରି ସେହି ଜାଗାରେ ଘର କରୁଥିବାବେଳେ ଜମି ବିକ୍ରୟ କରିଥିବା ବ୍ୟକ୍ତି ଓ ତାର ପରିବାରଙ୍କ ସହ ଜାଗାକୁ ନେଇ ମେନକାଙ୍କ ସହ ଝଗଡ଼ା ଲାଗିବାରୁ ବିକ୍ରୟ କରିଥିବା ବ୍ୟକ୍ତି ମେନକାଙ୍କ ଘରର ବିଦୁ୍ୟତ୍କୁ କାଟି ଦେଇଥିଲେ । ଏହି ଘଟଣାକୁ ନେଇ ମେନକା ପରିବାରବର୍ଗ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଓ ଗ୍ରାମବାସୀଙ୍କ ସହାୟତାରେ ମାର୍ଚ୍ଚ ୩୦ ତାରିଖ ଦିନ ମେନକାଙ୍କ ଘରକୁ ବିଦୁ୍ୟତ୍ ସଂଯୋଗ ହୋଇଥିଲା । ମାତ୍ର କିଛିଦିନ ବିଦୁ୍ୟତ୍ ସଂଯୋଗ ହେବାପରେ ଗତ ଶନିବାରଠାରୁ ପୁନଶ୍ଚ ତାଙ୍କ ଘରର ବିଦୁ୍ୟତ୍ ସଂଯୋଗ କାଟି ଦିଆଯାଇଥିଲା । ଗ୍ରୀଷ୍ମ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ୫ ଦିନ ହେବ ବିଦୁ୍ୟତ୍ ସଂଯୋଗ ନଥିବାରୁ ଘରର ସମସ୍ତ ପରିବାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଯାଜପୁର ଥାନାରେ ଅଭିଯୋଗ କରିଥିଲେ । ଗୁରୁବାର ଦିନ ବିଦୁ୍ୟତ୍ ବିଭାଗ ବିଦୁ୍ୟତ୍ ସଂଯୋଗ କରିବାପାଇଁ ଘଟଣା ସ୍ଥଳରେ ପହଂଚିବା ପରେ ଜମି ବିକ୍ରି କରିଥିବା ବ୍ୟକ୍ତି ଓ ତାର ପରିବାରବର୍ଗ ବିଦୁ୍ୟତ୍ କର୍ମଚାରୀଙ୍କୁ ବିଦୁ୍ୟତ୍ ସଂଯୋଗ କରାଇ ନଦେବା ସହ ମେନକା ପରିବାରବର୍ଗଙ୍କ ଉପରେ ଆକ୍ରମଣ କରିଥିଲେ । ବିଦୁ୍ୟତ୍ ସଂଯୋଗ ନହେବାରୁ ବାଧ୍ୟହୋଇ ମେନକା ମହାଳିକ ଓ ତାର ପରିବାରବର୍ଗ ଯାଜପୁର-ଷଠିପୁର ରାସ୍ତାର ଆଙ୍କୁଲା ଛକର ଅନତି ଦୂରରେ ବୁଧବାର ଦିନ ୧୦ଟାରେ ରାସ୍ତା ଅବରୋଧ କରିଥିଲେ । ଯାଜପୁର ଥାନା ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଂଚିି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଜମି ବିକ୍ରୟ କରିଥିବା ଜନୈକ ବ୍ୟକ୍ତି ଯାଜପୁର ବିଦୁ୍ୟତ୍ ବିଭାଗରେ କାର୍ଯ୍ୟରତ ଥିବାରୁ ବିଦୁ୍ୟତ୍ ସଂଯୋଗ କରାଇ ଦେଉନାହିଁ ବୋଲି ମେନକା ପରିବାରବର୍ଗ ଅଭିଯୋଗ କରିଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ମେନକା ମହାଳିକଙ୍କ ଘରକୁ ବିଦୁ୍ୟତ୍ ସଂଯୋଗ ହୋଇନଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

15 − nine =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...