ଓଡ଼ିଶା ସମାଚାର

ଧର୍ମେନ୍ଦ୍ର ଅନୈ÷ତିକ ଆତ୍ମପ୍ରଚାରରେ ସିଦ୍ଧହସ୍ତ-ଯୁବ ଉକ୍ରଳଭାରତ

ଧର୍ମେନ୍ଦ୍ର ଅନୈ÷ତିକ ଆତ୍ମପ୍ରଚାରରେ ସିଦ୍ଧହସ୍ତ-ଯୁବ ଉକ୍ରଳଭାରତ

April 20
18:05 2017

ଭୁବନେଶ୍ୱର, ୨୦/୦୪/୨୦୧୭(ଓଡ଼ିଶା ସମାଚାର) – ମନ୍ତ୍ରୀ ହେବାଠାରୁ ଦିନେ ହେଲେ ନିାଲିବତି ଥିବା ଗାଡ଼ି ବ୍ୟବହାର କରିନାହାନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ,ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା କହିଛନ୍ତି ତାହା ଅର୍ଦ୍ଧସତ୍ୟ ଓ ଛଳନାପୂର୍ଣ୍ଣ ବୋଲି ଯୁବ ଉକ୍ରଳ ଭାରତର ସଭାପତି ଜଗଦିଶ ପ୍ରଧାନ କହିଛନ୍ତି । ସତ୍ୟ ହେଉଛି, ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଗାଡ଼ିରେ ‘ନାଲିବତି’ ନୁହେଁ ‘ନୀଳବତି’ ଲଗାଯାଇଥାଏ । ଏହି ଦୃଷ୍ଟିରୁ ଧର୍ମେନ୍ଦ୍ର ବାବୁ ଯାହା କହୁଛନ୍ତି, ତାହା ହୁଏତ ସତ୍ୟ । କିନ୍ତୁ ମନ୍ତ୍ରୀ ହେବା ଦିନରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟେକଟି ପେଟ୍ରୋଲ ଟାଙ୍କି ଓ ଓଡ଼ିଶାର ସବୁ ସହରମାନଙ୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯେଉଁ ଛୋଟ, ବଡ଼ ଓ ବହୁତ ବଡ଼ ବଡ଼  ଫଟୋ ସହ ହୋଡିଂମାନ ଲଗାଇଥିଲେ ତାହା ତାଙ୍କ ଆତ୍ମପ୍ରଚାର ଇଛାକୁ ପ୍ରଘଟ କରୁନାହିଁ କି? ଏମିତି କୋଣସି ଗୋଟିଏ ଦିନ ଅଛି କି ଯେତେବେଳେ ଭୁବେନଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଲଗାଯାଇନାହିଁ । ଏଥିପାଇଁ ଧର୍ମେନ୍ଦ୍ର ବାବୁ ଅର୍ଥ କେଉଁଠୁ ଆଣୁଛନ୍ତି? ମନ୍ତ୍ରୀ ହେବା ପୂର୍ବରୁ ଓ ତାଙ୍କର କୈ÷ାଣସି ଫଟୋ କେଉଁଠି ଲାଗିଥିଲା! ତାଙ୍କ ପୂର୍ବରୁ ଭାରତରେ ଅନେକ ପେଟ୍ରୋଲିୟମ ମନ୍ତ୍ରୀ ଥିଲା ବେଳେ ସେମାନଙ୍କ ମଧ୍ୟରୁ କାହାର ଫଟୋ ଆମେତ କେବେ ଦେଖିନଥିଲୁ ।
ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ହିନ୍ଦୀ ଚଳଚିÿତ୍ର ଗାୟକ ସୋନୁ ନିଗମ, ଉଦିତ ନାରାୟଣଙ୍କୁ ଆଣି ଭୁବନେଶ୍ୱରରେ ଆମୋଦ ପ୍ରମୋଦ କିଏ କରାଉଛି ସେ କଥା ସମସ୍ତେ ଜାଣନ୍ତି । କେନ୍ଦ୍ରର କୌଣସି ଓଡ଼ିଆ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ଗଣମାଧ୍ୟମ କେବେହେଲେ ଆର୍ଥିକ ଦୃଷ୍ଟିରୁ ଏତେ ଅନୁଗୃହୀତ ହୋଇନଥିଲେ ।
କିନ୍ତୁ ବୁଝିବା ଦରକାର ଭ୍ରଷ୍ଟାଚାରରେ ଲିପ୍ତ ରହି କେହି ମହାନ ହୋଇନାହିଁ । ଯପେରି,‘ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୁକରୀ କି ହୋଇବ ଗାଈ; ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ’ା    ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

6 + seventeen =