ସେବା ସଙ୍ଗଠନ ପକ୍ଷରୁ ସେବା କାର୍ୟ୍ୟ

ଯାଜପୁର,୧୩/୧୨/୨୦୨୩ (ଓଡ଼ିଶା ସମାଚାର)-ମା ବିରଜା ସେବା ସଂଗଠନ ଓଡ଼ିଶାର ସମସ୍ତ ଭାଇଭଉଣୀ ମାନେ ନୟାଗଡ଼ ଜିଲ୍ଲା କଇଥଗଡିଆ ଜନମିଲ୍ଟନ୍ ଦୃଷ୍ଟିହୀନ ବିଦ୍ୟାଳୟ ସମସ୍ତ ବିଦ୍ୟାର୍ଥୀ ମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ସହିତ ସେମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ର ବନ୍ଦୋବସ୍ତ କରିଥିଲେ । ସେହି ଅନାଥ ଅସହାୟ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଆଗକୁ ସାହାଯ୍ୟ କରାଯିବ ବୋଲି ମା ବିରଜା ସେବା ସଂଗଠନ ଓଡ଼ିଶା ର ନିର୍ଦେଶକ ମାନସ ପଣ୍ଡା, ପ୍ରେସିଡେଣ୍ଟ ଟୁକୁନା ଡାକୁଆ ଗ୍ରୁପ୍ ଆଡମିନ ସହିତ ସମସ୍ତ ଭାଇଭଉଣୀ ମାନେ ପ୍ରତିଶ୍ରୁତି ଦେଇଛନ୍ତି । ମା ବିରଜା ସେବା ସଂଗଠନ ଓଡ଼ିଶା ର ଏପରି ମହାନ୍ କାର୍ୟ୍ୟ କ୍ରମ ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ସେଠାକାର ସ୍ଥାନୀୟ ବାସିନ୍ଦାମାନେ ମା ବିରଜା ସେବା ସଂଗଠନ ଓଡ଼ିଶା ର ସବୁ ଭାଇଭଉଣୀ ମାନଙ୍କୁ ସାଧୁବାଦ ଜଣାଇବା ସହିତ ମା ବିରଜା ସେବା ସଂଗଠନ ଓଡ଼ିଶା ଆଗାମୀ ଦିନରେ ଆହୁରି ଭଲକାମ କରିବା ପାଇଁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *