ଓଡ଼ିଶା ସମାଚାର

ସଂକ୍ଷିପ୍ତ ଖବର : ହିଂଜିଳି ରେ ଏନକାଉନ୍ଟର – ଦୁର୍ଦ୍ଧାନ୍ତ ଅପରାଧି ମିଟୁ ଆହତ

ସଂକ୍ଷିପ୍ତ ଖବର : ହିଂଜିଳି ରେ ଏନକାଉନ୍ଟର – ଦୁର୍ଦ୍ଧାନ୍ତ ଅପରାଧି ମିଟୁ ଆହତ

ସଂକ୍ଷିପ୍ତ ଖବର : ହିଂଜିଳି ରେ  ଏନକାଉନ୍ଟର – ଦୁର୍ଦ୍ଧାନ୍ତ ଅପରାଧି ମିଟୁ ଆହତ
April 20
08:45 2017

ବ୍ରହ୍ମପୁର, ୨୦/୦୪/୨୦୧୭(ଓଡ଼ିଶା ସମାଚାର) – ହିଂଜିଳି ରେ   ଏନକାଉନ୍ଟର । ଦୁର୍ଦ୍ଧାନ୍ତ ଅପରାଧି ମିଟୁ ଆହତ ହୋଇଛି ।  ହିଂଜିଳି ଓ ସେରଗଡ଼ ପୁଲିସ୍ ମିଳିତ ଭାବେ ଚଢ଼ାଉ କରିବା ସମୟରେ  ଦୁର୍ଦ୍ଧାନ୍ତ ଅପରାଧି  ବିଜୟ ମହାରଣା ଆଲିଆସ୍ ମିଟୁ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା । ସେରଗଡ଼ ଥାନା ଆଇଆଇସି ବିଶ୍ୱରଂଜନ ନାୟକ ଓ  ପୁଲିସ୍ କନେଷ୍ଟବଳ ସୁବଳ ପ୍ରଧାନ ଆହତ ହୋଇଛନ୍ତି । ପୁଲିସ୍ ଏହାର ଜବାବରେ ଏନକାଉନ୍ଟର କରିବାରୁ ମିଟୁର ବାମ ଗୋଡ଼ରେ ଗୁଳି ବାଜିଥିଲା । ମିଟୁ ଆହତ ହୋଇପଡ଼ିବାରୁ ତାକୁ ପୁଲିସ୍ କାବୁ କରିନେଇଥିଲେ । ତା ନିକଟରୁ ଗୋଟିଏ ପିସ୍ତଲ , ୩ ରାଉଣ୍ଡ ଗୁଳି , ମୋବାଇଲ ଫୋନ୍ ଓ ବାଇକ୍ କୁ ପୁଲିସ୍ ଜବତ କରିଛି । ଆହତ ମିଟୁକୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ ହସପିଟାଲରେ ଭର୍ତି କରାଯାଇଛି । ମିଟୁ ନାମରେ ଏକାଧିକ ହତ୍ୟା, ଡ଼କାୟତି ଆଦି ମାମଲା ରହିଛି ।  ବୁରୁପଡ଼ା ମାରୁଡ଼ି ଅଂଚଳରେ ଏହି ଏନକାଉନ୍ଟର  ହୋଇଛି । ମିଟୁର ଜଣେ ସହଯୋଗୀ ଖସିଯାଇ ଫେରାର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଏନକାଉନ୍ଟର  ।  ଖସି ପଳାଇଥିବା ସହଯୋଗିର ନାମ ମୃତ୍ୟୁଂଜୟ ମହାରଣା ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eight + nineteen =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...