ସପ୍ତମ ଏସଏସଏଚ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଉରକେଲା,୧୩/୧୨/୨୦୨୩ (ଓଡ଼ିଶା ସମାଚାର)- ସୁଇଡିହି ସ୍ଥିତ ଜ୍ୟୋତି କ୍ଲବ୍ ଦ୍ଵାରା ସପ୍ତମ ଆମନ୍ତ୍ରଣ ଏସଏସଏଚ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନା ପର୍ବତ ଓରାମଟୋଲା ଫୁଟବଲ ପଡ଼ିଆ ଠାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବର ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି, ଲାଠିକଟା ମଣ୍ଡଳର ବିଜେପି ସଭାପତି ଅମ୍ରତଲାଲ ଓରାମ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଅବିନାଶ ଜେନା, ପ୍ରଶାନ୍ତ କୋଠ, ସରପଞ୍ଚ ଅରୁଣାରାଣୀ କିଶାନ, ଭାରତୀ ମୁଣ୍ଡାରୀ, ସୁଧୀର ହରିଚନ୍ଦନ,ଅଭିଶେକ ପ୍ରଧାନ,ସୋନିଆ ପୂରନ,ପେଡିଆ ଟପ୍ପୋ, ଧନୁ ପୂରନ, ଚନ୍ଦ୍ରମଣି ନାୟକ,ବୁଢା ପୂରନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାପତି ଗୋପାଳ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ଓ ସମ୍ପାଦକ ବୈଶାଖୁ ମୁଣ୍ଡା ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଓ ଅନ୍ୟ ଅତିଥି ମାନେ ଏହି କ୍ରୀଡାକୁ ଉଦଘାଟନ କରି କ୍ରୀଡା ହିଁ ଭାଇଚାରା ସୃଷ୍ଟି କରିବା ସହ ସମାଜରେ ସୈ।ହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି କରେ ବୋଲି କହିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ ୨୪ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚ ରେ ଜଲଦା ର ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଓ ଟିମଜୋର ର ରାଧାଶ୍ୟାମ କ୍ଲବ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ୟୁନାଇଟେଡ଼ କ୍ଲବ ୪-୩ ଗୋଲରେ ବିଜୟୀ ହୋଇ ଅତିଥି ଙ୍କ ଠାରୁ ୩୫ହଜାର ନଗଦ ଅର୍ଥ ସହ ଟ୍ରଫି ହାସଲ କରିଥିଲେ। ରନର୍ସ ଅପ୍ ଦଳକୁ ନଗଦ ୨୫ହଜାର ନଗଦ ଅର୍ଥ ସହ ଟ୍ରଫି, ତୃତୀୟ ଓ ଚତୁର୍ଥ ଦଳକୁ ୬ହଜାର ନଗଦ ଅର୍ଥ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳୀ ଭାବେ ଜଲଦା ଟିମ୍ ର ପ୍ରତାପ ତିର୍କି, ବେଷ୍ଟ ସ୍କୋରର ଭାବେ ପରମେଶ୍ବର ତିର୍କି ଓ ସୁଇଡିହି ଟିମ୍ ର ଗୈ।ତମ ପୁରନ ଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *