ଓଡ଼ିଶା ସମାଚାର

ବିସ୍ଫୋରକ ଜବତ , ଜଣେ ଗିରଫ

ବିସ୍ଫୋରକ ଜବତ , ଜଣେ ଗିରଫ

April 19
16:04 2017

ଢେଙ୍କାନାଳ, ୧୯/୦୪/୨୦୧୭(ଓଡ଼ିଶା ସମାଚାର) –ଢେଙ୍କାନାଳ ପୋଲିସ୍ ଜିଲ୍ଲା ନିହଲପ୍ରସାଦ ଥାନା ଅଂଚଳରୁ ଯାଜପୁର ଜିଲ୍ଲାର ପଥର ଖଣି ଅଂଚଳକୁ ବିଷ୍ଫୋରକ ସାମଗ୍ରୀ ଚାଲାଣ ହେଉଥିବା ଖବର ପାଇ ପୋଲିସ୍ ଗୋଡାଇବା ପରେ ଏକ ବାଇକ୍ ସହିତ ବିଷ୍ଫୋରକ ସାମଗ୍ରୀକୁ ଜବତ କରି ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ, ଯାଜପୁରର ପଥର ଖଣିରେ ବ୍ଲାଷ୍ଟିଂ ପାଇଁ ବିଷ୍ଫୋରକ ସାମଗ୍ରୀ ଯାଉଥିବା ଖବର ପାଇ ପୋଲିସ୍ ଗୋଡାଇଥିଲା । ଏକ ବାଇକରେ ବିଷ୍ଫୋରକ ସାମଗ୍ରୀ ନେଉଥିବା ବିଳାସ ସେନାପତିଙ୍କୁ ପୋଲିସ୍ ଗିରଫ କରି ୩୦ ଡିଟୋନେଟର, ୯ କିଲୋଗ୍ରାମ ଆମୋନିଆ ନାଇଟ୍ରେଟ୍, ୧୦ ଆଇ.ଇ.ଡି ଏବଂ ଅନ୍ୟ କେତେକ ବିଷ୍ଫୋରକ ସାମଗ୍ରୀକୁ ଜବତ କରିଥିଲା । ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ବିଳାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ବିଷ୍ଣୁଚରଣ ବାରିକ୍ ସୂଚନା ପ୍ରଦାନ କରିଛନ୍ତି । ଏହି ବିଷ୍ଫୋରକ ସାମଗ୍ରୀ ଗୁଡିକ ପଥର ବ୍ଲାଷ୍ଟିଂ ପାଇଁ ଯାଜପୁର ଜିଲ୍ଲାକୁ ଚାଲାଣ ହେଉଥିବା ଥାନା ଅଧିକାରୀ ଶ୍ରୀ ବାରିକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

20 − 1 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...